STORYMIRROR

Pratikshya Senapati

Inspirational

3  

Pratikshya Senapati

Inspirational

ଜୟ ଜଗନ୍ନାଥଶୀର୍ଷକ_ ଦେଖିବି ମୁଁ ସୁନାବେଶ

ଜୟ ଜଗନ୍ନାଥଶୀର୍ଷକ_ ଦେଖିବି ମୁଁ ସୁନାବେଶ

1 min
233


କିଛି କ୍ଷଣ ପାଇଁ କରିଦିଅ ରାଧା

ଦେଖିବି ମୁଁ ସୁନାବେଶ।

ସୁନାବେଶ ଦେଖି ଚମକି ପଡୁଛି

ବିରହ ବେଦନା ରୋଷ।


ସ୍ପନ୍ଦିତ ବୁକୁ ଥମକି ଯାଉଛି

ମୟୂର ଚୂଳିଆ ଦେଖି।

ମୋଚକ୍ଷୁ ପଟ୍ଟଳ ମୁଦ୍ରିତ ହୁଏ

ନବ ମେଘମାଳ ସାକ୍ଷୀ।


ପୁଷ୍ପ ତୁଳସୀ ରେ ସଜେଇ ହୋଇଲେ

ପାରୁନାହିଁ ମୁହିଁ ସହି।

ନନ୍ଦନ ବନ କି ଶ୍ରୀକ୍ଷେତ୍ରେ ଫୁଟିଛି

ସୈ।ନ୍ଦଯ୍ୟର ଅବଗାହି।


ଫୁଲ ର ଉଦ୍ୟାନ ସୁରଭି ବିଞ୍ଚୁଛି

ତୁଳସୀ ମହକ ଆସେ।

ତୋ ମୋ ଭିତରେ କର୍ଫ୍ୟୁ ଲାଗି ଅଛି

ରାଧା ପ୍ରେମ ତୋତେ ବାସେ।


ସାରା ସଂସାର ଟା ସର୍ଜନା ତୁମରି

ସୈ।ନ୍ଦଯ୍ୟ ଦେଇଛ ଭରି।

ଆନ ବିନ୍ଧାଣି କେ ଗଢିଲା ତୁମକୁ

ଦେଖି ଛାତି ଉଠେ ଥରି।


ପୁରୁଷ ଓ ସ୍ତ୍ରୀ ଉଭୟ ଦେଖିଲେ

ମନେ ଶିହରଣ ଖେଳେ।

ନାରୀ କି ପୁରୁଷ ବାରି ହୁଏନାହିଁ

ପ୍ରୀତି ର ଫଗୁଣ ବେଳେ।


ସୁନାବେଶ ଦେଖି ସହି ପାରିବିନି

ପରଶିବି ଅଙ୍ଗ ସଙ୍ଗ।


ବାଜୁ ପଛେ ଯେତେ ନିନ୍ଦା ର ବାଜଣା

ବୋଳି ହେବି ଫଗୁ ରଙ୍ଗ।


ତୁମ ପ୍ରେମେବନ୍ଧା ତୁମ ପାଦେ ଛନ୍ଦା

ଘେନ ପ୍ରୀତି ନିବେଦନ।

ସପନେ ଆସିବ ଶୃଙ୍ଗାର ଭରିବ

ପ୍ରତୀକ୍ଷା ରେ କାଟେ ଦିନ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational