STORYMIRROR

chhabinabala Senapati

Classics

4  

chhabinabala Senapati

Classics

ଡୋରୀ

ଡୋରୀ

1 min
18

ଜୟ ଜଗନ୍ନାଥ 
ଡୋରୀ 

_________
ଶ୍ରୀ ମୁଖ ଦର୍ଶନ ହେଲା ସାତ ସ୍ଵପ୍ନ 
ଯାଇ ମୁଁ ପାରୁନି ପୁରୀ,
ଭାଗ୍ୟ ହେଲା ବାମ କର୍ମ ହେଲା ନ୍ୟୁନ 
ଲାଗୁନି ମୋହର ଡୋରୀ।

ପାପ ରାଶି ମୋର ପ୍ରବଳ ହୋଇଲା 
ବଞ୍ଚିତ ହେଲି ଦର୍ଶନୁ,
ହୃଦୟ ଜଳୁଛି ମନ କୁହୁଳୁଛି 
ଝରୁଛି ଲୁହ ନୟନୁ।

ମୁଁ ପାପୀ ଅଧମ ନ ଧରିଲି ନାମ 
ସଂସାର ବାସନା ରଖି,
କୁପଥେ କୁମାର୍ଗେ କୁସଙ୍ଗେ ରହିଲି 
କୁତ୍ସାରଟନାରେ ସାକ୍ଷୀ।

ହେବିଶ୍ଵ ବିହାରୀ ଯୋଗେଶ୍ଵର ହରି 
ଇଛାମତେ ସୃଷ୍ଟି ପାଳ,
ତୁମ ନାମ ଧରି ତରିଗଲେ ପାପୀ 
ବ୍ୟାଧ ଗଜ ଅଜାମିଳ।

ଯବନ କିରାତ ଚଣ୍ଡାଳ ସମେତ 
ଗଣିକାଦି ନାଗକୂଳ,
ଭଲ୍ଲୁକ ବାନର ଜଟାୟୁ ଗରୁଡ 
ମୋକ୍ଷ କଲ ଆଦିମୂଳ।

ଭକ୍ତଙ୍କର ବନ୍ଧୁ ଭକତ ସୋଦର 
ଭକ୍ତ ତୋର ପ୍ରାଣବନ୍ଧୁ,
ଭକତଙ୍କ ପାଇଁ ବାନା ଉଡାଉଛ 
ଭକତ ବତ୍ସଳ ସିନ୍ଧୁ।

ତୋ ରୂପ ଲାବଣ୍ୟ ମନରେ ଝୁରୁଛି 
ଦର୍ଶନ ଲାଳସା ରଖି,
ମଥାରେ ତୋହର ସୁବର୍ଣ୍ଣ ର ଚିତା 
ଝଲସି ଉଠୁଛି ଆଖି।

ଚପଳା ଚମକ କାନ୍ତି ମନୋହର 
କୋଟି ସୂର୍ଯ୍ୟ ସମ ପ୍ରଭା,
ଶ୍ରୀକ୍ଷେତ୍ରେ ଉଇଁଛି ଉଦିଆ ଜହ୍ନ କି 
କଳାଚାନ୍ଦ ମୁଖବିଭା।

ମୋ ବେଳକୁ କାହିଁ ଶୁଖିଗଲା ତୁମ 
ଦୟାମୟ ପାରାବାର,
କ୍ଷମାର ଭଣ୍ଡାରୁ ଊଣା ହୋଇଗଲା 
ଶାନ୍ତି ଶୀତଳ ଭଣ୍ଡାର।

ମୋ ପାଇଁ କାହିଁକି ହେଲ ପ୍ରତିକୂଳ 
କୈବଲ୍ୟ କଣିକା ପାଇଁ,
କେଉଁ ସୁ ଦିନରେ ଡୋରୀ ଲଗାଇବ 
ଅପେକ୍ଷା ରେ ଅଛି ଚାହିଁ।

ଛବିନା ବାଳା ସେନାପତି କଟକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics