STORYMIRROR

Pratima Satpathy

Classics

4  

Pratima Satpathy

Classics

ମହର୍ଷି ବ୍ୟାସଦେବ

ମହର୍ଷି ବ୍ୟାସଦେବ

1 min
385


ଋଷି ପରାଶର ସୁତ ବ୍ୟାସଦେବ

    ଜଗତ ଗୁରୁ ବୋଲା ଅ

ମାତା ସତ୍ୟବତୀ ଧନ୍ୟ ହୋଇଗଲେ

    ପାଇ ତୁମପରି ପୁଅ ।


ନାବରେ ଥିଲେ ଯେ ପରାଶର ଋଷି

    ଧ୍ୟାନ ବଳେ ଜାଣିଗଲେ

କୁମାରୀ କନ୍ୟାକୁ ଯୁବତୀ କରିଣ

    ତା ସହ ରାସ ରଚିଲେ ।


ଋଷିଙ୍କ ବାକ୍ୟରେ କୁହୁଡି ହୋଇଲା

    କିଛି ଦେଖାଗଲା ନାହିଁ

ଜନ୍ମ ହୋଇଥିଲ ହେ ମାହାତ୍ମା ତୁମେ

    ନାଵ ଭିତରେ ଯେ ରହି ।


ଧନ୍ୟ ପରାଶର ମହିମା ଅପାର

    ବିଶ୍ୱେ କରିଲ ବିଖ୍ୟାତ

ଅନେକ ତପସ୍ୟା କରି ପାଇଗଲ

    ବ୍ୟାସଦେବ ପରି ପୁତ୍ର ।


ବିଶ୍ଵଗୁରୁ ବ୍ୟାସ ଅଦ୍ଭୁତ ପ୍ରତିଭା

    ବିଦ୍ୱାନ ଯେ ବ୍ରହ୍ମଜ୍ଞାତା

ସଂସ୍କୃତ ଭାଷାରେ ମହାଭାରତର

    ସାଜିଥିଲେ ରଚୟିତା ।


ବିଷ୍ଣୁ ରୂପେ ବ୍ୟାସ ଅବତାର ହୋଇ

    ରଚିଲ ଶାସ୍ତ୍ର ପୁରାଣ

ମର୍ତ୍ତ୍ୟରେ ଜନ୍ମିଲ ଅସାଧ୍ୟ ସାଧିଲ

    ଜଗତେ ହେଲ ମହାନ।


ବେଦ, ଉପନିଷଦ ର ପ୍ରଣେତା ହେ

      ଗୀତା ଭାଗବତ ରଚି

ଅଷ୍ଟାଦଶ ପୁରାଣ ର ରଚୟିତା

     ତୁମ ପରି କିଏ ଅଛି ।


ଗୁରୁ ପୂର୍ଣ୍ଣିମା ରେ ଜନ୍ମ ହୋଇଥିଲ

    ଚନ୍ଦ୍ରଙ୍କ ପରି ଜୋଛନା

ବିତରଣ କଲ ଏ ସାରା ବିଶ୍ୱକୁ

    ନାହିଁ ଯାହାର ତୁଳନା ।


ଗୁରୁ ପୂର୍ଣ୍ଣିମାରେ ତୁମକୁ ସମସ୍ତେ

   ପୂଜା କରନ୍ତି ହରଷେ

ଗୀତା ଭାଗବତ ପୃଷ୍ଠା ଖୋଲିଦେଲେ

    ତୁମ କୃତି ଭାସି ଆସେ ।


ସକଳ ବେଦକୁ ବିଭାଜନ କରି 

     ପ୍ରଥମ ପ୍ରବକ୍ତା ହେଲ

ବ୍ୟାସଦେବ ରୂପେ ବିଖ୍ୟାତ ହୋଇଲ

    ମାନବ କଲ୍ୟାଣ କଲ ।


ଅଖଣ୍ଡ କିରତି ଅସରନ୍ତି ଲେଖା

    ଲୋକରେ କଲ ଆଦୃତ

ହେ ମହାନ ସ୍ରଷ୍ଟା ତୁମ ଚରଣରେ

   କରେ କୋଟି ପ୍ରଣିପାତ ।


Rate this content
Log in

Similar oriya poem from Classics