STORYMIRROR

Prahallad Sahoo

Abstract Classics Inspirational

4  

Prahallad Sahoo

Abstract Classics Inspirational

ନାରୀ ସିଏ ଅପରୂପା

ନାରୀ ସିଏ ଅପରୂପା

1 min
265

ନାରୀଟିଏ ସେ ଜନନୀ, ଭଗିନୀ, ପତ୍ନୀ 

ତା ଛତ୍ର ଛାୟା ତଳେ ସୃଜିଛି ମେଦିନୀ

ସେ ଶାନ୍ତ ସ୍ନିଗ୍ଧ ସୁଶିଳା ମାଆ ବିଣାପାଣୀ 

ଚଣ୍ଡିକା ଦୁର୍ଗା କାଳୀ ସେ ଦୃଷ୍ଟ ସଂହାରିଣୀ।


ଅଦ୍ଭୁତ ସୃଷ୍ଟି ନାରୀଟିଏ ସେ ନାରୀ

ଜୀବନ ଯୁଦ୍ଧରେ କେବେ ଯାଇନି ହାରି,

ନିଜେ ବଞ୍ଚି ସେ ଅନ୍ଯକୁ ବଞ୍ଚେଇଛି

ସଳିତା ସମ ଜୀବନ ଯାକ ଜଳି ଜଳି ।


ଦଶମାସ ଦଶଦିନ ଗର୍ଭେ ଧାରଣ କରି

ସାଜିଛି ସେ ସର୍ବଂସହା ଗର୍ଭ ଧାରିଣୀ, 

ଅନ୍ତ ଫାଡି ଜନ୍ମ ଦେଇ ସେ ଜନ୍ମ ଦାୟୀନି,

ସ୍ନେହ, ପ୍ରେମ, ମମତାର ସ୍ରୋତସ୍ବିନୀ। 


ସେ ସତୀ ସୀତାଙ୍କ ସମ ଅଗ୍ନିରେ

ପରୀକ୍ଷା ଦେଇଛି ।

ସେ ସ୍ଥିତପ୍ରଜ୍ଞ ସାବିତ୍ରୀଙ୍କ ପରି

ମୃତ୍ଯୁ ସଙ୍ଗେ ଲଢିଛି ।


ସେ ମନ୍ଦୋଦରୀ ସମ ରାକ୍ଷସୀ ହୋଇ

ସତ୍ଯକୁ ମାନିଛି ।

ସେ ମାତା କୁନ୍ତି ପରି ସମଦର୍ଶୀତାରେ

ପାଣ୍ଡବଙ୍କୁ ପାଳିଛି ।


ସେ ଦ୍ରୌପଦୀଙ୍କ ପରି

ପ୍ରେମ ଓ ତ୍ଯାଗର ମୂର୍ତ୍ତି ସାଜିଛି ।

ସେ ସତୀ ଅନୁସୂୟା ପୃଥିବୀକୁ

ପ୍ରେମର ମହକ ବାଣ୍ଟିଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract