STORYMIRROR

Pratima Satpathy

Classics

4  

Pratima Satpathy

Classics

ନବରାତ୍ର ପୂଜାରେ ମହାଗୌରୀ ବେଶ.

ନବରାତ୍ର ପୂଜାରେ ମହାଗୌରୀ ବେଶ.

1 min
387


ମହାଆଶ୍ୱିନ ମାସରେ ମାତା ଦୁର୍ଗାଙ୍କର

ନବରାତ୍ର ପୂଜାହୁଏ ଵିଧି ବିଧାନର.

ନବ ଦିନେ ନଅ ନାମେ ମାତା ପୂଜାପାନ୍ତି

ଦୁର୍ଗତିନାଶିନୀ ଦେବୀ ଦୁଃଖ ନିବାରନ୍ତି. ।


ଅଷ୍ଟମ ରାତ୍ରରେ ମାତ ମହାଗୌରୀ ନାମେ 

ପୂଜା ପାଇ ଆସୁଛନ୍ତି ଏ ମର୍ତ୍ତ୍ୟ ଭୁବନେ

ଶ୍ୱେତ ବସ୍ତ୍ର ପରିହିତା ମା ଗୌର ବରନା 

ଡମ୍ବରୁ ତ୍ରିଶୂଳ ଧରା ବୃଷଭ ବାହନା ।


ଚତୁର୍ଭୁଜା ମାତା ଗଳେ ଶୋହେ ଶୁଭ୍ର ମାଳ

ଏକ ହସ୍ତେ ଡମ୍ବରୁ ଏକ ହସ୍ତେ ତ୍ରିଶୂଳ 

ଅନ୍ୟ ଦୁଇ ହସ୍ତେ କର ଅଭୟ ପ୍ରଦାନ

ଭକ୍ତ ଙ୍କର ମନବାଞ୍ଛା କର ମା ପୂରଣ ।


ପରମ ବ୍ରହ୍ମ ସ୍ୱରୂପା ମା ଜଗଜ୍ଜନନୀ

ତୁମ କୃପା ବଳେ ମାଗୋ ମୂର୍ଖ ହୁଏ ଜ୍ଞାନୀ.

କିଞ୍ଚିତ ମାତ୍ର କରୁଣା କର ଯାହାଠାରେ

ଜୀବନ ହୁଅଇ ଧନ୍ୟ ତାହାର ମର୍ତ୍ତ୍ୟରେ ।


(ନାଲି ବସ୍ତ୍ରରେ ସନ୍ତୁଷ୍ଟ ଧଳାର ମିଷ୍ଟାନ୍ନ

ପୂଜାକଲେ ମହାଗୌରୀ ହୁଅନ୍ତି ପ୍ରସନ୍ନ.

ନାରିକେଳ ଫଳ ଦେଇ ମାଆଙ୍କୁ ପୂଜିଲେ

ଭକ୍ତଙ୍କର ମନବାଞ୍ଛା ପୂର୍ଣ୍ଣ ହୁଏ ହେଳେ ।


Rate this content
Log in

Similar oriya poem from Classics