STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ବକୁଳ ଅମାବାସ୍ୟା

ବକୁଳ ଅମାବାସ୍ୟା

1 min
237


ପୌଷ ମାସ ଅମାବାସ୍ୟା ପ୍ରାୟ ଭିନ୍ନ

ଅନ୍ୟ ଅମାବାସ୍ୟା ଠାରୁ 

ବୃକ୍ଷର ପୂଜନ ପରମ୍ପରା ଧାରେ

ରହିଛି ଯୁଗ ଯୁଗରୁ 

ବଉଳ ଅଥବା ବକୁଳ ନାମରେ

ପୌଷ ଅମାବାସ୍ୟା ଗଣା 

ବିଶେଷ ରୂପରେ ଆମ୍ବ ବୃକ୍ଷ ପୂଜା

ସମାଜରେ ଜଣାଶୁଣା

ଋତୁ ଚକ୍ର ଧାରେ ବୃକ୍ଷ ଜଗତରେ

ପରିବର୍ତ୍ତନ ପ୍ରାୟତଃ 

ଋତୁ ଅନୁଯାୟୀ ବୃକ୍ଷରେ ବି ଫୁଲ

ଫଳ ହୁଅଇ ତ୍ୱରିତ 

ଶୀତଳ ସମୀର ଧାରା ପୌଷ ମାସେ

ପ୍ରାୟ ହୁଏ ପ୍ରବାହିତ

ଆମ୍ର ବୃକ୍ଷେ ଫୁଲ ବଉଳ ନାମରେ

ଭଲ ଭାବେ ପରିଚିତ

ଆମ୍ର ବୃକ୍ଷ ପତ୍ର ପ୍ରାୟ ବ୍ୟବହୃତ

ପ୍ରତ୍ୟେକ ଶୁଭ କାର୍ଯ୍ୟରେ

କଳସ ସ୍ଥାପନ ଆମ୍ବ ଡାଳ ପତ୍ରେ

ପୁଣି ଲାଗେ ତୋରଣରେ

ପ୍ରତି ପୂଜା ବିଧି ହୁଏ ସମ୍ପାଦନ

ସାଥେ ଆମ୍ବ ଡାଳ ପତ୍ର 

ଦୁବ,ବରକୋଳି,କଦଳୀ ,ନଡ଼ିଆ

ପୂଜାରେ ବି ବ୍ୟବହୃତ

ବୃକ୍ଷକୁ ପବିତ୍ର ମାନ୍ୟତା ସହିତ

ସର୍ବୋପରି ପୂଜା ବିଧି 

ପୌଷ ଅମାବାସ୍ୟା ତିଥି ପୁଣି ତୟ 

ବଉଳ ନାମେ ପ୍ରସିଦ୍ଧି 

ସ୍ଵତନ୍ତ୍ର ପିଷ୍ଟକ ଗଇଁଠା ନାମରେ

ପ୍ରସ୍ତୁତ ପୂଜା ନିମନ୍ତେ

ଆମ୍ବ ବୃକ୍ଷ ଡାଳେ ରଖି ସେ' ଗଇଁଠା 

ପୂଜା ନୈବେଦ୍ୟ ସହିତେ


ଶ୍ରୀମନ୍ଦିର ବିଧି ବିଧାନ ଧାରାରେ

ପୌଷ ଅମାବାସ୍ୟା ଦିନ

ଗଇଁଠା ଭୋଗର ନୈବେଦ୍ୟ ଅର୍ପଣ 

ହୁଏ ଭବ୍ୟ ସମ୍ପାଦନ

ମାଟି ,ପାଣି,ପବନ ,ବୃକ୍ଷ ଓ ସୂର୍ଯ୍ୟ

ଏ ଦେଶେ ହୁଏ ପୂଜନ 

ପ୍ରକୃତିର ଦାନ ନଦୀ ଓ ସମୁଦ୍ର

ପୂଜ୍ୟ ପୂଜାର ବିଧାନ

ଭାରତୀୟ ସଂସ୍କୃତି ଓ ପରମ୍ପରା 

ବିଚିତ୍ର ବିଧି ବିଧାନ

ବୃକ୍ଷ ପୂଜା ହୁଏ ଭକ୍ତି ଭାବ ଧାରେ

ପୁଣି ହେଉଛି ଛେଦନ

ଫଳନ୍ତି ବୃକ୍ଷକୁ ସମ୍ମାନ ପୂର୍ବକ

ହେଉ ପୂର୍ଣ୍ଣ ସଂରକ୍ଷଣ

ଛାଇ ସହ ଅମ୍ଳଜାନ ପ୍ରଦାନରେ

ହେଉ ମାନବ କଲ୍ୟାଣ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract