STORYMIRROR

Sarojini Mishra

Classics

4  

Sarojini Mishra

Classics

ପୁଣ୍ୟ ଅଶେଷ,କାର୍ତ୍ତିକ ମାସ

ପୁଣ୍ୟ ଅଶେଷ,କାର୍ତ୍ତିକ ମାସ

1 min
410


ପୁଣ୍ୟ ଅଶେଷ କାର୍ତ୍ତିକ ମାସ

ଆହା କି ମଧୁର ଅନ୍ନ ହବିଷ

ଚଉରା ମୂଳରେ ସାଜ ସରସ

ମନରେ ଭରିଛି ଭକତି ରସ ।


କାର୍ତ୍ତିକ ମାସ ପୁଣ୍ୟ ଅଶେଷ

ପ୍ରତିଟି ପ୍ରହରେ ପୁଣ୍ୟ ସନ୍ଦେଶ

ରାଇ ଦାମୋଦର ବେଶ ସୁବେଶ

ମନ ଅଗଣା ରେ ପୁଣ୍ୟର ବାସ ।


କାର୍ତ୍ତିକ ମାସ ପୁଣ୍ୟ ଅଶେଷ

ମଠ ଓ ମନ୍ଦିରେ ଭିଡ଼ ଅଶେଷ

ପିତୃ ପୁରୁଷ ଙ୍କ ଶ୍ରଦ୍ଧା ବିଶେଷ

ଶ୍ରାଦ୍ଧ ଦେଇ ମନେ ଭରେ ସନ୍ତୋଷ ।


ଶୁଦ୍ଧ ପୁତ ଭାବେ ମନ ଉନ୍ମେଷ

ସୂର୍ଯ୍ୟଦ୍ବୟ ପୂର୍ବୁ ସ୍ନାନ ବିଶେଷ

ଶଙ୍ଖ ଘଣ୍ଟି ଶଦ୍ଦେ ସୁପରିବେଶ

ପବିତ୍ର ଭାବନା ମନେ ଅଶେଷ ।


କାର୍ତ୍ତିକ ମାସ ପୁଣ୍ୟ ଅଶେଷ

ପ୍ରଭୁ ନାମ ଜପ ପୂଜା ବିଶେଷ

ନୀତି ନିୟମରେ ଜୀବନ ବଶ

କଳିଆ ପାଖରେ ନୀତି ଅଶେଷ ।


 କାର୍ତ୍ତିକ ମାସ ପୁଣ୍ୟ ଅଶେଷ

ଚଉରା ମୂଳରେ ସୁନ୍ଦର ଦୃଶ୍ୟ

ପଞ୍ଚୁମୁରୁଜ ତ ଦିଅଇ ତୋଷ

ମନୁ କାଢ଼ିଦିଏ ଯେତେକ ଦୋଷ ।


ବଉ ଓଷା ପୁଣି ହରଙ୍କ ପୂଜା

ସୂଚ଼ୀ ନିଷ୍ଠତାରେ ମାସଟି ସଜା

ସାଧବ ବାଣିଜ୍ୟ ଦିଏ ବାରତା

ଏହି ମାସଟି ଯେ ବରଷ ଜିତା ।


ବ୍ରତରେ ବ୍ରତରେ ଏକତା କଥା

ପୁରାଣ ଶୁଣାରେ ଶାସ୍ତ୍ର ବାରତା

କାର୍ତ୍ତିକ ମାସଟି ଶୁଭ ସଳିତା

ମନରେ ଜଗାଏ ସେ ପବିତ୍ରତା ।




Rate this content
Log in

Similar oriya poem from Classics