ମଳୁର ପଇଡ଼ ବୈଦ୍ୟ ର ତୋରାଣି
ମଳୁର ପଇଡ଼ ବୈଦ୍ୟ ର ତୋରାଣି
ବୈଦ୍ୟ ରୂପୀ ଗୁରୁ ପାଶେ ଶିଷ୍ୟ ଯେବେ
ମଳୁ ସମ ରଖେ ଆଶା
ନିଦାନ ରୂପକ ଜ୍ଞାନର ଭଣ୍ଡାର
ଆପେ ଖୋଲେ ବି ସହସା
ରୋଗୀର ରୁଚି ଓ ଅରୁଚି ଯେପରି
ବୈଦ୍ୟଙ୍କୁ ହୁଏ ବିଦିତ
ଶିଷ୍ୟର ଜିଜ୍ଞାସା ପ୍ରାୟତଃ ସେପରି
ଗୁରୁଙ୍କର ଅବଗତ
ଶିଷ୍ୟ ହୃଦୟରେ କବିତା ରଚନା
କେଉଁ ରୂପେ ହୋଇ ପାରେ
ବ୍ୟାକରଣ ସହ ଶବ୍ଦ ଚୟନ ର
ଶିକ୍ଷା ଗୁରୁଙ୍କ ମୁଖରେ
କବିତା କିପରି ଲେଖିବା ବିଧେୟ
ଥିଲା ମନର ଭାବନା
ଗୁରୁଙ୍କର ସେହି ବ୍ୟାକରଣ ଜ୍ଞାନ
ପ୍ରଶସ୍ତ ହେଲା ରଚନା
ଖୁସିର ଝଲକ ଶିଷ୍ୟର ମୁଖରେ
ସେଇ ଲୋକ କଥା ଧାରେ
ମଳୁ ର ପଇଡ ବୈଦ୍ୟ ର ତୋରାଣି
କଥା ପ୍ରସଙ୍ଗର ଧାରେ ll
