STORYMIRROR

Bidyadhar Mantry

Abstract Classics

4  

Bidyadhar Mantry

Abstract Classics

ଯାତ୍ରା ଏକ, ନାମ ଭିନ୍ନ

ଯାତ୍ରା ଏକ, ନାମ ଭିନ୍ନ

1 min
18


ଆଷାଢ଼ ମାସର ଶୁକ୍ଳ ଦ୍ୱିତୀୟା ରେ

ବିଧିବଦ୍ଧ ଘୋଷ ଯାତ୍ରା 

ରଥେ ବିଜେ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କ

ନବଦିନାତ୍ମକ ଯାତ୍ରା

ଭଗିନୀ ସଙ୍ଗରେ ବଡ ଦାଣ୍ଡେ ଯାତ୍ରା 

ମିଶି ଦୁଇ ଜ୍ୟେଷ୍ଠ ଭ୍ରାତା

ରତ୍ନ ସିଂହାସନ ଛାଡ଼ି ବଡ ଦାଣ୍ଡେ 

ସ୍ଵୟଂ ଜଗତ କରତା 

ତିନୋଟି ରଥରେ ତିନି ବିଗ୍ରହଙ୍କ

କ୍ରମେ ହୁଅଇ ବିରାଜ 

ଜ୍ୟେଷ୍ଠ ଭ୍ରାତା ପ୍ରଭୁ ବଳଭଦ୍ରଙ୍କର

ରଥ ଅଟେ ତାଳଧ୍ଵଜ

ସୁନ୍ଦରତା କେତେ କେଉଁ ଉପାୟରେ

କେ' କରିବ ଆକଳନ

ଦେବୀ ସୁଭଦ୍ରା ଯେଉଁ ରଥେ ବିଜେ

ନାମ ତା' ଦେବଦଳନ

ସମଗ୍ର ଜଗତ ଦିବା ନିଶି ଘୋଷେ 

ଯାହାଙ୍କର ମହା ଯଶ

ବାହୁ ବିନା ନାମ ପୁଣି ମହାବାହୁ

ରଥ ତାଙ୍କ ନନ୍ଦିଘୋଷ


ଶ୍ରୀକ୍ଷେତ୍ର ମହତ୍ତ୍ୱ ଘୋଷ ଯାତ୍ରା ଧାରେ

ସାରା ବିଶ୍ବରେ ଚର୍ଚ୍ଚିତ

ରାଜା ଗଜପତି ପ୍ରଥମ ସେବକ

ଯାତ୍ରା ପଥରେ ନିଯୁକ୍ତ

ଛେରା ପହଁରା ର ବିଧି ଶେଷ ପରେ

ଯାତ୍ରା ପଥେ ତିନି ରଥ

ଅଦ୍ୱିତୀୟ ଏହି ଘୋଷ ଯାତ୍ରା ବିଧି

ରଥ ପଥ ଜଗନ୍ନାଥ


ସାମ୍ୟ,ମୈତ୍ରୀ,ପ୍ରୀତି, ଶାନ୍ତି ଓ ସଂହତି

ଗଣ ମହୋତ୍ସବ ଧାରେ

ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟ ଭେଦ

ନାହିଁ ଯାତ୍ରା ସମୟରେ

ମୁକ୍ତ ଦର୍ଶନ ଓ ସ୍ପର୍ଶର ସୁଯୋଗ

ସଭିଏଁ ହୁଅନ୍ତି ପ୍ରାପ୍ତ

ପତିତପାବନ ନାମର ସାର୍ଥକ

ସହଜେ ପରିଲକ୍ଷିତ

ସମଗ୍ର ବିଶ୍ୱର ମାନବ ସମାଜ

ବନ୍ଧା ଏକତା ସୂତ୍ରରେ

ସର୍ବେ ଏକତ୍ରିତ ଯାତ୍ରା ଦର୍ଶନାର୍ଥେ 

ପବିତ୍ର ଶଙ୍ଖ କ୍ଷେତ୍ରରେ


ଘୋଷ,ରଥ ପୁଣି ଶ୍ରୀଗୁଣ୍ଡିଚା ଯାତ୍ରା

ଯାତ୍ରା ପତିତପାବନ

ଯଜ୍ଞବେଦୀ,ଜନ୍ମବେଦୀ,ମହାବେଦୀ

ପୁଣି ଯାତ୍ରା ନବଦିନ

ଆଡ଼ପ ମଣ୍ଡପ ଓ ଦଶାବତାର

ଯାତ୍ରା ଦକ୍ଷିଣାୟନ

ବିଭିନ୍ନ ନାମରେ ନାମିତ ସେ' ଯାତ୍ରା

ଯାତ୍ରା ଏକ,ନାମ ଭିନ୍ନ

ଭାବାର୍ଥରେ ଘୋଷ ଶବ୍ଦ ହିଁ ମଙ୍ଗଳ

ମାନବ କଲ୍ୟାଣ ଅର୍ଥେ

ଆଷାଢ଼ ମାସର ଶୁକ୍ଳ ଦ୍ଵିତୀୟାରେ

ଯାତ୍ରା ହୁଏ ବିଧି ମତେ

ଭିନ୍ନ ଭିନ୍ନ ନାମକରଣ ପଛରେ

ରହସ୍ୟ ରହିଛି ଘେରି

ନାମ ଭିନ୍ନ ଭିନ୍ନ ହେଲେ ହେଉ ବରଂ

ଯାତ୍ରା ବିଧି ସର୍ବୋପରି


ଦାରୁବ୍ରହ୍ମଙ୍କ ଆବିର୍ଭାବ ସମୟରେ

ଥିଲା ଯଜ୍ଞ ସମ୍ପାଦନ

ମହାବେଦୀ,ଯଜ୍ଞବେଦୀ,ଜନ୍ମବେଦୀ

ଲୋକାଚାରରେ କଥନ

ଆଡ଼ପ ମଣ୍ଡପ ଯାତ୍ରା ନାମ ପଛେ

ବେଦୀ ର ଅର୍ଥ ଜଡ଼ିତ

ଦଶାବତାର ଯାତ୍ରା ନାମ ସେପରି

ବେଶ ସହିତ ନାମିତ


ଧନ୍ୟ ମହାପ୍ରଭୁ ଧନ୍ୟ ଘୋଷ ଯାତ୍ରା 

ଧନ୍ୟ ତୁମ ଖେଳା ଲୀଳା

ଏ ଭବ ସାଗରେ ଭାସି ଯାଉ ଅଛି

ଉଦ୍ଧର ଜୀବନ-ଭେଳା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract