STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ପତିବ୍ରତା

ପତିବ୍ରତା

1 min
395

   

ସ୍ବାମୀ ପ୍ରତି ଯଥା ବିଧି ଅନୁରାଗ

ହୃଦେ ଆତ୍ମିୟତା ଧାରେ

ବିବାହିତା ନାରୀ ପତିବ୍ରତା ରୂପେ

ମାନ୍ୟତା ମିଳେ ଅଚିରେ

ସହଧର୍ମିଣୀ ଓ ଅର୍ଦ୍ଧାଙ୍ଗିନୀ ଆଖ୍ୟା 

ଭାରତୀୟ ନାରୀ ପ୍ରତି

ନିଜ ସ୍ବାମୀ ପ୍ରତି ଅନୁରାଗ ଧାରେ

ଯଦି ହୋଇ ପାରେ ବ୍ରତୀ 

ସୁଖରେ ଦୁଃଖରେ ସହଭାଗୀ ଧାରେ

ସ୍ବାମୀ ପ୍ରତି ସମର୍ପିତ 

ସ୍ଵାମୀ ପ୍ରତି ପୂର୍ଣ୍ଣ ସେବା ଧାରେ ଆପେ

ପତ୍ନୀର ବଢ଼େ ମହତ୍ତ୍ୱ 

ଦୁର୍ଗତି ଦୁର୍ଦ୍ଦଶା ମଧ୍ୟରେ ସ୍ବାମୀଙ୍କ

ଅବସ୍ଥା ଯେବେ ବିପନ୍ନ

ସୁରକ୍ଷା କବଚ ଭାବେ ସ୍ବାମୀଙ୍କର

ପତ୍ନୀ ହୁଏ ଯତ୍ନବାନ 


ପତିବ୍ରତା ନାରୀ ଚରିତ୍ର ବର୍ଣ୍ଣନ 

ଦୃଷ୍ଟାନ୍ତ ମୂଳକ ପ୍ରାୟ

ପୁରାଣ ପୃଷ୍ଠାରେ ଅଛି ଲିପିବଦ୍ଧ

ପରିଭାଷା ବି ନିର୍ଣ୍ଣୟ

ସାବିତ୍ରୀ,ତୁଳସୀ ,ଅହଲ୍ୟା ,ଦ୍ରୌପଦୀ

କୁନ୍ତୀ , ତାରା ,ମନ୍ଦୋଦରୀ

ପତିବ୍ରତା ଧର୍ମ ପାଳନରେ ବ୍ରତୀ

ଥିଲେ ସଦା ସର୍ବୋପରି

ତତ୍କାଳୀନ ସମାଜରେ ଉଚ୍ଚ ସ୍ଥାନ

ଥିଲା ପତିବ୍ରତା ପ୍ରତି

ଲଜ୍ଜ୍ୟା ଥିଲା ଏକ ଆଭୂଷଣ ସମ

ସଂସ୍କାର ରୂପେ ସମ୍ପ୍ରତି

ସଧବା ନାରୀର ମହନୀୟ ଗୁଣ

ପତିବ୍ରତା ଗୁଣ ଧାରେ

ସତୀତ୍ୱ ସହିତ ମହାନତା ଗୁଣ

ଅନୁମେୟ ସହଜରେ

ଭାରତୀୟ ସଂସ୍କୃତିରେ ପତିବ୍ରତା

ପବିତ୍ରତା ରୂପେ ମାନ୍ୟ 

ଦେବତା ରୂପରେ ସ୍ବାମୀ ପ୍ରତି ଭକ୍ତି

ପତ୍ନୀ ପକ୍ଷରେ ବିଧାନ


ବିବର୍ତ୍ତନ ଧାରେ ପତିବ୍ରତା ଶବ୍ଦ

ପ୍ରାୟତଃ ପରିବର୍ତ୍ତିତ

ପତିବ୍ରତା ଏକ ପ୍ରଶ୍ନବାଚୀ ରୂପେ

ରହିଛି ନାମକୁ ମାତ୍ର

ପତିବ୍ରତା ଧର୍ମ ବୁଝି ବି ଅବୁଝା

ନବ ବିବାହିତା ପତ୍ନୀ

ଲୋକ ଦେଖାଣିଆ ବ୍ରତ ପାଳନର

ମହତ୍ତ୍ଵ ନାହିଁ ସମ୍ପ୍ରତି

ଆଧୁନିକ ପତ୍ନୀ ଯଦି ସ୍ବାବଲମ୍ବୀ

ପତି ପ୍ରାୟ ପତ୍ନୀବ୍ରତା

ପତିବ୍ରତା କିଏ କହୁ ବା ନ କହୁ 

ପତିର ହିଁ ପତ୍ନୀ ଚିନ୍ତା

ପତିବ୍ରତା ନୁହଁ ବରଂ ପତ୍ନୀବ୍ରତା 

ଆଜିକାଲିର ଚଳଣି

ପତ୍ନୀ ସେବା ପ୍ରାୟ ଚାଲୁ ରହିଅଛି

ପ୍ରାଣ ପ୍ରିୟା ପତ୍ନୀ ପୁଣି

ରୋଜଗାର ଶୁନ୍ୟ ଅବା ଅକର୍ମଣ୍ୟ

ଅବସ୍ଥା ଯଦି ପତିର

ପତିବ୍ରତା ଶବ୍ଦ ଶୂନ୍ୟେ ଯାଏ ଉଡି

ପତି ପ୍ରାୟ ସାତ ପର

ସତୀ ପ୍ରଥା ସିନା ଲୋପ ପାଇ ଅଛି

ସତୀତ୍ୱ ଅଛି ନାରୀର 

ପତ୍ନୀ ଭୂମିକାରେ ନାରୀର ଚରିତ୍ର

ପତିବ୍ରତା ଧାରେ ସ୍ଥିର

ଆଦର୍ଶ ପତ୍ନୀର ପତିବ୍ରତା ଧର୍ମ 

ସର୍ବଦା ବଜାୟ ରହୁ

ଅର୍ଦ୍ଧାଙ୍ଗିନୀ ଅବା ଧର୍ମ ପତ୍ନୀ ରୂପେ

ପତି ସହ ଭାବ ଥାଉ


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract