STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ପ୍ରଯୁକ୍ତି ବିଦ୍ୟା ବ୍ୟତିରେକ

ପ୍ରଯୁକ୍ତି ବିଦ୍ୟା ବ୍ୟତିରେକ

1 min
251


ବିଜ୍ଞାନର ଜୟ ଯାତ୍ରା ଆଜି ଚରମ ସୀମାରେ

ମାନବ କଲ୍ୟାଣ ସାଧନ ପ୍ରାୟ ହୁଏ ଅଚିରେ

ପ୍ରଯୁକ୍ତି ବିଦ୍ୟା ବଳରେ ସବୁ ହାତ ପାଅନ୍ତାରେ 

ଜୀବନ ଧାରଣ ଶୈଳୀ ପ୍ରାୟ ଅତି ସହଜରେ

ଗମନା-ଗମନ,ଶିକ୍ଷା ,ସ୍ବାସ୍ଥ୍ୟ, ଚିକିତ୍ସା କ୍ଷେତ୍ରରେ

ପ୍ରଯୁକ୍ତି ବିଦ୍ୟାର ଅବଦାନ ହିତ ସାଧନରେ

ଯୋଗାଯୋଗ ହେଉ ଅବା ଗଣ ମାଧ୍ୟମ କ୍ଷେତ୍ରରେ

ପ୍ରଯୁକ୍ତି ବିଦ୍ୟାର ଯୋଗଦାନ ପ୍ରତ୍ୟକ୍ଷ ରୂପରେ

ଏ ଯୁଗର ପିଢ଼ି ପ୍ରାୟ ଜଡ଼ିତ ପ୍ରଯୁକ୍ତି ବିଦ୍ୟାରେ

ସହଜରେ ଉପଲବ୍ଧ ସବୁ କିଛି ନିକଟରେ


ପ୍ରଯୁକ୍ତି ବିଦ୍ୟାର ସେ ' କୁହୁକ ମାୟା ଜାଲ ଧାରେ

ମାନବିକତାର ଭାବନା ବିଲୋପ ସମାଜରେ

ପ୍ରେମ ସ୍ନେହ ଭାତୃଭାବର ଅଭାବ ହୃଦୟରେ

ସର୍ବେ ପାଗଳ ପ୍ରାୟ ପ୍ରଯୁକ୍ତି ବିଦ୍ୟାର ପ୍ରେମରେ

ମୋବାଇଲ୍ ଆଜି ପ୍ରାୟ ପ୍ରତ୍ୟେକ ହାତ ମୁଠାରେ

ସବୁ କିଛି ତଥ୍ୟ ଉପଲବ୍ଧ ଅତି ସହଜରେ

ଅନଲାଇନ୍ କାରବାର ପ୍ରାୟ ଦୃତ ଗତିରେ

ଶିକ୍ଷା ସମ୍ବନ୍ଧୀୟ ତଥ୍ଯ ପୁଣି ଅତି ସହଜରେ

ବିଜ୍ଞାନର ଅବଦାନ ଯଦିଓ ଅନ୍ୟ କ୍ଷେତ୍ରରେ

ଚଳନ୍ତି ପ୍ରାଧାନ୍ୟ ପ୍ରାୟ ଯୋଗାଯୋଗ ବ୍ୟାପାରରେ


ଚଳନ୍ତି ସଭ୍ୟ ସମାଜ ପ୍ରଯୁକ୍ତି ବିଦ୍ୟା ପ୍ରେମରେ

ପ୍ରକୃତିର ଅବଦାନ ଆଉ ନାହିଁ ହୃଦୟରେ

ପିଲାଙ୍କ, ପ-ବ୍-ଜି ପରି ଗେମ୍ ଖେଳିବା ଭ୍ରମରେ

ପ୍ରାୟ ଅକାଳେ ଜୀବନ ହାନି ହେଉଅଛି ଧିରେ

ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଦୁର୍ନୀତି କ୍ଷେତ୍ରରେ

ସତ୍ୟତା ବି ଜଣାଯାଏ ପ୍ରଯୁକ୍ତି ବିଦ୍ୟା ବଳରେ


ସମଗ୍ର ବିଶ୍ଵରେ ବି ପ୍ରଯୁକ୍ତି ବିଦ୍ୟାର ରାଜୁତି

ବିକାଶର ଧାରା ଅବ୍ୟାହତ ଅଛି ବି ସମ୍ପ୍ରତି

କୃତ୍ରିମ ହେଲେ ବି ଜୀବନ୍ତ ପ୍ରାୟ ପ୍ରତି ହୃଦରେ

ପ୍ରଯୁକ୍ତି ବିଦ୍ୟାର ଜୟ ଗାନ ସବୁରି ମୁଖରେ

ଏମିତି ଏ ସମୟର ଧାରା କରୁ ଅଛି ଗତି

ପ୍ରଯୁକ୍ତି ବିଦ୍ୟା ହିଁ ସମାଜରେ ପ୍ରାୟ ବଳବତୀ 

ପ୍ରଯୁକ୍ତି ବିଦ୍ୟାର ପାଠ୍ୟକ୍ରମ ପାଠ୍ୟ ଖସଡ଼ା ରେ

ପ୍ରଚଳିତ ହେଉଅଛି ପ୍ରାୟ ଶିକ୍ଷା ଦାନ ଧାରେ

ଜୀବନର ଅବିଚ୍ଛେଦ୍ୟ ଅଂଶ ଆଜି ସମାଜରେ

ପ୍ରଯୁକ୍ତି ବିଦ୍ୟାର ଜୟ ଗାନ ସାରା ଦୁନିଆରେ

ପ୍ରଯୁକ୍ତି ବିଦ୍ୟାର ବ୍ୟତିରେକ ଜୀବନ ଅଥୟ

ଉଚିତ୍ ମାର୍ଗରେ ବ୍ୟବହୃତ ହେବା ବି ବିଧେୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract