STORYMIRROR

Aparti Charan Sethi

Classics

4  

Aparti Charan Sethi

Classics

ଜୟ ମାଆ ନୀମ୍ଵଦାରୁ

ଜୟ ମାଆ ନୀମ୍ଵଦାରୁ

1 min
417

🙏ଜୟ ମାଆ ନୀମ୍ଵଦାରୁ 🙏

***********ଅପର୍ତ୍ତି ସେଠୀ 

ପବିତ୍ର ତୁଳସୀ କ୍ଷେତ୍ର ଅନ୍ତର୍ଗତ 

   ପାଳକଣା‌ ଛୋଟ ଗ୍ରାମ,

ଯେଉଁଗ୍ରାମେ ବିଜେ ମାଆ ନୀମ୍ଵଦାରୁ 

   ଠାକୁରାଣୀ ବିଦ୍ୟମାନ।

କେଉଁ କାଳୁ ମାଆ ପୂଜା ପାଉଛନ୍ତି 

  କେ ତାହା ପାରିବ କହି,

ଅଦ୍ଭୂତ ମହିମା ଦେଖିଅଛି ଯାହା

  ପଦେ ଲେଖୁଅଛି ମୁହିଁ।

ଲକ୍ଷ ଲକ୍ଷ ଭକ୍ତ ହୋଇ ଉପକୃତ 

   ମାଆର ଆଶିଷ ପାଇ‌,

ଭକତି ନୈବେଦ୍ୟ ସମର୍ପି ଦିଅନ୍ତି

   ନୀମ୍ଵଦାରୁ ନାମ ଗାଇ‌।

ବିଶ୍ଵାସରେ ବିଷ ପାଣିକରେ‌ ମାଆ

   ଡାକିଲେ‌ ଜବାବ ଦିଏ,

ପାଳକଣା ଗ୍ରାମେ ଯେଉଁଥିପାଇଁକି

   ବାନା ତାର ଉଡୁଥାଏ‌।

କାହିଁ କେତେ ଦୂରୁଁ‌ ଆସନ୍ତି ଭକତେ

   ତା' କରୁଣା ନେବାପାଇଁ,

ଅସାଧ୍ୟରୋଗରୁଆରୋଗ୍ୟକରେ ସେ

   ଯାହାର କଳନା ନାହିଁ।

କେତେ ଅପୁତ୍ରିକ ପୁତ୍ର ପାଇଛନ୍ତି 

   ମାଆର ଆଶିଷ ଦାନେ,

ମାଆକୁ ଡାକି କେ ହଜିଲା ଦରବ 

   ପାଇ ଖୁସି ହୁଏ ମନେ।

କାଟିଲା ମୁଣ୍ଡକୁ ରଖିଛି ସେ ମାଆ

    ଭକ୍ତର ଡାକକୁ ଶୁଣି,

ଏତେବଡ ସଂସାରରେ ନାହିଁ କେହି

    ତା'ପରି ଠାକୁରାଣୀ‌।

କଟକର ମହାନଦୀ ପୋଲପରେ

    ବସ୍‌ ଦୁର୍ଘଟଣା ବେଳେ,

ପଞ୍ଚାବନ ଲୋକ ମରିଗଲେ ମୋତେ

    ରଖିଲା‌ ସେ ସେତେବେଳେ।

ଡ଼ାକି ଦେଲି ମାଆ ନୀମ୍ଵଦାରୁ ବୋଲି 

    ଡାକ ମୋର ଥିଲା ଶୁଣି,

ଅଥଳ ପାଣିରୁ ଆଣିଲା ସେ ଛାଣି

    ଦୟାମୟୀ ଠାକୁରାଣୀ।

ମାଆର ଦାଣ୍ଡରେ ନ୍ୟାୟ ମିଳେ ସଦା

    ଅସତ୍ୟକୁ ମିଳେ ମୃତ୍ଯ,

ପଚାଶ ନଜିର ରହିଛି ଯା'ପାଇଁ

    କଥାଟି ନିଶ୍ଚିତ କିନ୍ତୁ।

ଦିନକର କଥା ମାଆର ଭକ୍ତକୁ

    ତାର ନିଜ ଭାଇବୋହୂ‌,

ବଳାତ୍କାର ଦୋଷେ ବଦନାମ କଲା

    ମିଛ ଅପରାଧେ‌ ସେହୁ।

ଆଖିଲୁହେ ଭରି କରିଲା ଗୁହାରି 

    ମାଆ ପାଦେ ଭକ୍ତ ଆସି,

ବିଚାର ହୋଇଲା ଏହି ଘଟଣାର

    ସନ୍ଧ୍ୟାରେ ନିଶାପ ବସି।

ହଠାତ୍ କେଉଁଠୁ ଆସିଲା ମାଙ୍କଡ଼ 

    ମାଇଲା‌ ଭାଇ ବୋହୂଙ୍କୁ,

ଅବିଳମ୍ବେ ଶୂନ୍ୟ ହୋଇଗଲା ସିଏ

    କେହି ପାଇଲେନି‌ ତାକୁ।

ଅଚେତରୁ ଚେତା ପାଇ‌ ଭାଇ ବୋହୂ 

    ନିଜ ଦୋଷ ମାନିନେଲା‌,

ମାଆ ନୀମ୍ଵଦାରୁ ଦୟାରୁ ଭକ୍ତର

    ସମ୍ମାନଟା ରହିଗଲା‌।

କୋଟିଏ ମହିମା କରିବା ବର୍ଣ୍ଣନା 

    କିବା ମୋର ଅଛି ସାଧ୍ୟ,

ଗୋଟିଏ ଦୁଇଟି ମହିମା କହିଲି

    ଯୋଡ଼ି ଦେଇ ଗୀତ ପଦ।

ନୀମ୍ଵ ଆଉ ଦାରୁ ପ୍ରକୃତି ପୁରୁଷ

    ମାଆ ନୀମ୍ଵଦାରୁ ସେହି,

ବିଲ୍ଵପତ୍ର ଆଉ ତୁଳସୀ ପତ୍ରର

    ଧଣ୍ଡା‌ ତାର ଲୋଡା‌ ହୋଇ।

ପରମ ବୈଷ୍ଣବୀ ସନାତନୀସେହି

    ଭକତ‌ ବତ୍ସଳା‌ ମାଆ,

ବିଶ୍ଵାସର ଥରେ ଡାକିଦେଲେ‌ ତାକୁ

    ନିଶ୍ଚେ ହୋଇଥାଏ ସାହା‌।

ଆସନ୍ତୁ ମୋ ପ୍ରିୟ ଭାଇ ଭ‌ଉଣୀଏ

   ମୋ ଗାଆଁକୁ ଥରେ ଆସ‌,

ଜୀବନର ସର୍ବ କଳ୍ମଷ ବିନାଶ

   ଲଭ ମାଆର ଆଶିଷ।।

(ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics