STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ଆସିଛି ଦୀପାବଳୀ

ଆସିଛି ଦୀପାବଳୀ

1 min
296


ଦୂର ହେଇ ଯାଉ 

      ଅମା ଅନ୍ଧକାର ଜୀବନ ରୁ

ଦୁଃଖ ଦୁର୍ଦ୍ଦଶା 

      ଚାଲି ଯାଉ ସବୁ ଭାଗ୍ୟ ରୁ

ଶୁଭ ଦୀପାବଳୀ

       ମଙ୍ଗଳ ମୟ ହୋଇ ଆସୁ

ଘରେ ଘରେ

        ସୁଖ ଶାନ୍ତି ନୀତି ବାସୁ

ମାଆ କାଳୀ

       ହୁଅନ୍ତୁ ସହାୟ ଆମ ପାଇଁ

ଶତ୍ରୁ ଦୂର ହେଉ

      ବାଧା ବିଘ୍ନ ସବୁ ଯାଉ ଦୂରେଇ

ଦେହ ରେ ବଳ

     ଅସୀମ ଆସୁ ଆଗକୁ ଯିବା

ଦୁଃଖୀ ଦରିଦ୍ର ସେବା

     କରି ଲକ୍ଷ୍ୟ ସ୍ଥଳ ପାଇବା

ପ୍ରଭୁ ରାମ ଅବଧ

      ଏହି ଶୁଭ ଦିନରେ ଆସିଲେ

ସେହି ଦିନ ଠାରୁ

      ଦୀପାବଳୀ ଉତ୍ସବ ପାଳିଲେ

ଆସ ଆମେ ସବୁ

    ଅତସ ବାଜି ରେ ମଗନ ହେବା

ବାଣ ଫୁଟାଇ ଖୁସି

     ପାଇବା ସତର୍କ ହୋଇ ରହିବା

ଶୁଭ ଦୀପାବଳୀ

   ଜୀବନ ଆଲୋକିତ କରି ଦେଉ

ଆଲୋକ ର ପର୍ବ

   ପ୍ରତି ବର୍ଷ ଖୁସି ନେଇ ଆସୁ ଥାଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics