STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ଦ୍ଵରକାଧିଶ

ଦ୍ଵରକାଧିଶ

1 min
20


ହେ ରାଜ ରାଜେଶ୍ଵର ଦ୍ଵାରକାଧିଶ

ତବ ଦରଶନେ ମନ ଚହଲଇ

ପୁରଣ ହୁଅଇ ସବୁ ଅଭିଳାଷ 

ହେ ରାଜ ରାଜେଶ୍ଵର ଦ୍ଵାରକାଧିଶ ।।


ଦ୍ଵାପର ର ତୁମେ ଭଗବାନ କୃଷ୍ଣ

ରାକ୍ଷସ ରାଜା ଯେ ଅଟଇତ କଂସ 

ମର୍ଦ୍ଦନ କରିଲ ଚାଣୁର ମୁଷ୍ଟିକ

ନିପାତିଲ କୁରୁ ବଂଶ, ହେ ରାଜ ରାଜେଶ୍ଵର ଦ୍ଵାରକାଧିଶ ।।


ବାଲ୍ୟ ସଖା ତୂମ ସୁଦାମା ସୁବଳ

ଭକତ ତୁମର ଅଟଇ ବିଦୁର

ବୃନ୍ଦାବନ ବନେ କୁଜ୍ଞ କାନନେ

ଗୋପୀଙ୍କୁ କରିଲ ବଶ, ହେ ରାଜ ରାଜେଶ୍ଵର ଦ୍ଵାରକାଧିଶ ।।


ଅଷ୍ଟ ପାଟବଂଶୀ ଦ୍ଵାରକାର ରାଣୀ

ଲକ୍ଷ୍ମୀ ସ୍ଵରୂପା ଯେ ଅଟନ୍ତି ରୁକ୍ମିଣୀ 

ରାଧିକା ସଙ୍ଗତେ ଯୁଗଳ ମୂର୍ତ୍ତି 

ବିହ୍ଵଳିତ ହୁଏ ବିଶ୍ଵ, ହେ ରାଜ ରାଜେଶ୍ଵର ଦ୍ଵାରକାଧିଶ ।।


ମଥୁରା ନଗରୀ ବନ୍ଦିଗୃହେ ଜନ୍ମ

ଗୋପପୁରେ ବାଲ୍ୟଲୀଳା ରେ ମୋହନ

ରାଜଧାନୀ ଯେହ୍ନେ ଅଳକା ପୁରୀ

ଦ୍ଵାରକା ନଗରୀ ଈଶ, ହେ ରାଜ ରାଜେଵର ଦ୍ଵାରକାଧିଶ ।।


ମୁକୁଳା ପଡିଛି ହୃଦ ସିଂହାସନ 

ଆସ ଆର୍ତ୍ତତ୍ରାଣ ହୁଅହେ ଆସିନ

ପାବନ ହେଉ ମମ ଅପଘନ, 

ବରଷି ଯାଉ ଆଶିଷ, ହେ ରାଜ ରାଜେଶ୍ଵର ଦ୍ଵାରକାଧିଶ ।।


ବନ୍ଦନା କରୁଛି ତବ ପଦ୍ମପାଦ

ପ୍ରଫୁଲ୍ଲ ଆତୂରେ ଆହେ ବିଶ୍ଵବନ୍ଦ୍ୟ

ସତେ ମୁଁ ଲଭିବି କି ଦିବ୍ୟ ସ୍ପର୍ଶ, 

ତ୍ରାଣକର୍ତ୍ତା ପ୍ରାଣ ଈଶ, ହେ ରାଜ ରାଜେଶ୍ଵର ଦ୍ଵାରକାଧିଶ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics