STORYMIRROR

Pratima Satpathy

Classics

4  

Pratima Satpathy

Classics

ପ୍ରକୃତିର ଶୋଭା

ପ୍ରକୃତିର ଶୋଭା

1 min
23


ପରମେଶ୍ବରଙ୍କ ସୃଷ୍ଟି ଏ ପ୍ରକୃତି 

   କମନୀୟ ତାର କାନ୍ତି 

ପାହାଡ ପର୍ବତ ବନ ଉପବନ 

    ଶୋଭା କରେ ଆତ୍ମତୃପ୍ତି।

ପ୍ରକୃତିର ପ୍ରାକୃତିକ ପରିବେଶ 

    ଅପରୂପ ଶୋଭା ଦିଶେ 

ମନରେ ଗଭୀର ପ୍ରଶାନ୍ତି ଆସଇ 

    ବସିଗଲେ ତାର ପାଶେ।

ତା ବନ ଝରଣା କୁଳୁ କୁଳୁ ନାଦେ 

     ଗୀତ ଗାଇ ବହିଥାଏ 

ଚଲାପଥ ତାର କର୍କଶ ହୋଇଲେ 

     ଅଟକି ରହି ନ ଥାଏ।

ପ୍ରକୃତିର ଦାନ ବାୟୁ ଜଳ ସ୍ଥଳ 

    ଜଙ୍ଗଲ ସମ୍ପଦ ମାନ 

ଗର୍ଭେ ରହିଅଛି ହୀରା ଲୀଳା ମୋତି 

    ମାଣିକ ଯେ ମୂଲ୍ୟବାନ।

ପାଣି ପବନରେ ଅମୃତ ଭରିଛି 

     ଖାଇ ବଞ୍ଚିଛି ମନୁଷ୍ୟ 

ନିଜ ଗୋଡରେ ସେ କୁରାଢି ମାରୁଚି 

     ଜଙ୍ଗଲ କରୁଛି ଧ୍ଵଂସ।

ବୃକ୍ଷଟିଏ ରୋପଣ ନ କରି ସିଏ 

    ଶହ ଶହ ଗଛ କାଟେ 

କଳ କାରଖାନା ଶିଳ୍ପ ଗଢି କରି 

    ଜଙ୍ଗଲ ସମ୍ପଦ ଲୁଟେ।

ଗଛ ନଷ୍ଟ ହେଲେ ବାୟୁ ମଣ୍ଡଳ ରେ 

     ଅଙ୍ଗାରକାମ୍ଳ ବଢ଼ଇ 

ଗଛ ଟିଏ ଅଙ୍ଗାରକାମ୍ଳ ନିଅଇ 

    ଅମ୍ଳଜାନ ଛାଡ଼ିଥାଇ।

ଯାନବାହାନର ଚଳାଚଳ ଯୋଗୁ 

     ବାୟୁ ପ୍ରଦୂଷଣ ହୁଏ 

କାରଖାନାର ବିଷାକ୍ତ ଧୁଆଁ ପାଇଁ 

     ନାନା ରୋଗ ହୋଇ ଥାଏ ।

ପ୍ରକୃତିର କ୍ଷତି ପରିମାଣ ଏବେ 

     ଦିନୁ ଦିନ ବୃଦ୍ଧି ହୋଇ 

ଲାଗୁଛି ସୁନ୍ଦର ପୃଥିବୀ ଆମର 

     ଦିନେ ଯିବ ଲୋପ ପାଇ।

ହେ ମନୁଷ୍ୟ ଭାଇ ସଚେତନ ହୋଇ 

     ଗୋଟିଏ ଗୋଟିଏ ଗଛ 

ଲଗାଇବ ଯେବେ ହସିବ ପୃଥିବୀ 

     ପରିବେଶ ହେବ ସ୍ୱଚ୍ଛ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics