STORYMIRROR

Pratikshya Senapati

Inspirational

4  

Pratikshya Senapati

Inspirational

ସ୍ନାନ ପୂର୍ଣ୍ଣିମା

ସ୍ନାନ ପୂର୍ଣ୍ଣିମା

1 min
246


ଅଖିଳର ନାଥ ଆହେ ଜଗନ୍ନାଥ

ଲୀଳା ମୟ ଅନ୍ତର୍ଯ୍ୟାମୀ

ଅଗତିର ଗତି ଅମୁକ୍ତିର ମୁକ୍ତି

ସର୍ବଜନ ମୋକ୍ଷ କାମୀ।


ହୋଇଥାନ୍ତି ଯଦି ମାଆ ଯଶୋମତୀ

କରାଇଥାନ୍ତି ମୁଁ ସ୍ନାନ

ଅଗୁରୁ କର୍ପୁର କସ୍ତୁରୀ ମିଶାଇ

ବାସ ଜଳେ ଦେଇ ଚନ୍ଦନ।


ପିତ ବସନରେ ସଜାଇ ଥାନ୍ତି ମୁଁ

ମଥାରେ ମୟୁର ଚନ୍ଦ୍ର।

ତୁଳସୀ ଦୟଣା ଗଭା ମଣ୍ଡି ଥାନ୍ତି

ହସୁଥାନ୍ତ ମନ୍ଦ ମନ୍ଦ।


ନହେଲି ମୁଁ ପଛେ ମାଆ ଯଶୋମତୀ 

ଭକ୍ତ ହୋଇ ସନ୍ଦର୍ଶନେ।

ଦେଖିଥାନ୍ତି ମୁଁ ସ୍ନାନ ମଣ୍ଡପରେ ଦିବ୍ୟ ରୂପ ସମ୍ମୋହନେ।


ସରୋଜ ନୟନ ସ୍ୱର୍ଗୀୟ ପୁଲକେ

ଦେଖୁଥିବି ତୋର ମୁଖ।

କଞ୍ଚରଣରେ ମଥାନତ କରି ଜଣାଇବି ସୁଖ ଦୁଃଖ।


ଦିବ୍ୟ ରୂପ ତୋର ଦର୍ଶନରେ ହୁଏ

ହୃଦୟରେ ଶୀତଳତା।

ସୁମନ ପୁଷ୍ପରେ ଭରିଛି ଚାଙ୍ଗୁଡା

ପଦ୍ମ ପାଦେ ସମର୍ପିତା।


ଯମୁନା ଜଳରେ ଜଳ କ୍ରୀଡା କରି

ମେଣ୍ଟିଲାନି ତୁମ ଆଶା।

କାଳିନ୍ଦୀ ହ୍ରଦ ରେସ୍ନାନ କରି କରି

ପୂରିଲାନି ମନବାଞ୍ଛା।


ସ୍ନାନ ଯାତ୍ରା ଆଜି ସ୍ନାନ          

ମଣ୍ଡପରେ ଦିବ୍ୟ ସ୍ନାନ ମନଲୋଭା।

ଗଣପତି ଭଟ୍ଟ ମାନ କରିବାକୁ

ଗଜାନନ ବେଶେ ଶୋଭା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational