STORYMIRROR

Gyanendriya Dash

Inspirational

4  

Gyanendriya Dash

Inspirational

ପରିବାର

ପରିବାର

1 min
234


ବୈକୁଣ୍ଠ ସମାନ ଗଢ଼ିବାକୁ ହେଲେ

ମଧୁମୟ ପରିବାର,

ପରସ୍ପର ପ୍ରତି ସ୍ନେହ ଓ ଆଦର

ରଖିଥିବା ନିରନ୍ତର ।।


ବଡ଼କୁ ସମ୍ମାନ ଛୋଟ ସ୍ନେହାଶିଷ

ପାଉଥିବଟି ସର୍ବଦା,

ଅହଙ୍କାର ଘୃଣା ଅବା ଅତ୍ୟାଚାର

ଥିଲେ ହୁଏ ଅସୁବିଧା ।।


ମିଳିମିଶି ସର୍ବେ ଶ୍ରମ କର୍ମ କଲେ

ଆସିବନି ଭ୍ରମ ସ୍ଥିତି,

ଉଚ୍ଚ ବୁଝାମଣା ସମ କଟକଣା

ଦୂର କରେ ଭୟ ଭ୍ରାନ୍ତି ।।


ଏକ ପରିବାର ସଦସ୍ୟ ସଦସ୍ୟା

ଗୋଟିଏ ନିୟମ ନୀତି,

ନିରପେକ୍ଷତାରେ ସୁନାର ସଂସାରେ

ହୋଇଥାଏ ଅଗ୍ରଗତି ।।


ଅନ୍ୟାୟ ଦୁର୍ନୀତି ଅବିଚାର ମତି

ପରିବାରର ଅଶାନ୍ତି,

ସୁଖୀ ପରିବାର କରିବାକୁ ଥାଉ

ସ୍ନେହ ପରସ୍ପର ପ୍ରତି ।।


ନିଜ ପରିବାରେ ଖୁସି ଆନନ୍ଦରେ

ଉଦାହରଣଟି ହୋଇ,

ଗଢିଦେବା ଏକ ବିଜ୍ଞ ପରିବାର

ଶିକ୍ଷିତ ସମାଜେ ଭାଇ ।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational