STORYMIRROR

Jagannath Das

Inspirational

3  

Jagannath Das

Inspirational

ଆକାଶ ଛୁଇଁବାକୁ ଇଛା

ଆକାଶ ଛୁଇଁବାକୁ ଇଛା

1 min
171


ନାହିଁ ସୁଖ ,ନାହିଁ ଶାନ୍ତି ,ନାହିଁ ତୃପ୍ତି ଯହିଁ

ଆକାଶ ଛୁଇଁବାକୁ ଇଛା 

ମୁଁ କଲେ କ'ଣ ହେବ ଯାଇ।


ମାନବ ଜୀବନ ମାତ୍ର ମରୁମୟ ମହି

ନିରାଶ କରଇ ତା ପିଛା

ଭାବୁନ ଟିକେ ମନ ଦେଇ।


କହିବି ସକଳ ତୋତେ

ଶୁଣିବୁ ତୁ କର୍ଣ୍ଣପଥେ

ସ୍ବର୍ଗକୁ ନିଶୁଣି ଯେତେ

ମନେ ନ ବିଶ୍ବାସ ସତେ

ଏହିସବୁ ଭ୍ରାନ୍ତପଥେ ଗତିକରଇ।


କର୍ମ କରିଚାଲ ସୁଖେ

ଇଚ୍ଛାକୁ କଲେ କି ମୁଖେ

ଭାବଗ୍ରାହୀ ଦେଇଦେବେ

ଭାବ ଦେଇ ନେଇଯିବେ

ଏହି ସତ୍ୟପଥକୁ ନଛାଡ ଭାଇ।


ପିରତି ପୂର୍ଣ୍ଣ ମନରେ

କରମ କର ଦିନରେ

ଦିନରେ ପାଅ ଧନରେ

ଧନ ନ ଦିଅ ଦାନରେ

ଧନ ଥିଲେ ମନ ଇଚ୍ଛାପୁର୍ଣ୍ଣ ହୁଅଇ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational