Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Inspirational Others

3  

Nilamani Thapa

Inspirational Others

ମଛିନ୍ଦ୍ର ଘାଟ ଓ ବିମଳେଶ୍ବର

ମଛିନ୍ଦ୍ର ଘାଟ ଓ ବିମଳେଶ୍ବର

1 min
191



ଆଗଛ ଆଗଛ କୁଢ କୁଢ ମତ୍ସ୍ୟ

     ଆସହେ ମତ୍ସ୍ୟ ଦେବତା

ତୁମ ଆଗମନେ ଏ ଘାଟ ଜଳର

       ବଢିଯିବ ପବିତ୍ରତା ।


ଆସ ବଡ ରାଘୋ ଆସ ସାନ ରାଘୋ

     ଆସହେ କାଳୀ ମହିଷି

ଆସ ସୁନାନାକି ଆସ ରୂପାନାକି

     ଭୋଗକୁ ଦେବି ପରସି ।


ଆମ୍ବ ତଳିଆଣୀ ଜାମୁ ତଳିଆଣୀ

    ଆସ ସବୁ ମାଛ କୁଢ

ଆହାର କରିବା ବେଳ ହୋଇଗଲା

    ତୁଠ ଜଳେ ଆସି ବେଢ ।


କୁଢ କୁଢ ମାଛ ଆସିଥାନ୍ତି ତୁଠେ

      ଆହାର ଆନନ୍ଦେ ଖାଇ

ଧୀରେ ଧୀରେ କରି ଯେ ଯାହା ବାଟରେ

ଯାଆନ୍ତି ସବୁ ପଳାଇ ।


ଜଣା ଏହି ତୁଠ ତା' ମଛିନ୍ଦ୍ର ଘାଟ

    ମହାନଦୀର ଏ ଜଳ

ସମ୍ବଲପୁରର ହୁମା ଠାରେ ଥିବା

    ଶିବ ମନ୍ଦିରର ତଳ ।


ଧନୁ ପାଲି ଠାରୁ ସୋନପୁର ରାସ୍ତା

     ଚବିଶ କିଲୋମିଟର

ଯାଇ ବାଟ ଭାଙ୍ଗି ଡାହାଣକୁ ଗଲେ

      ପଡଇ ସେଇ ମନ୍ଦିର ।


ଦୂରରୁ ଦେଖିଲେ ଯେଉଁ ଦିଗୁଁ ଦେଖ

      ମନ୍ଦିର ଦିଶଇ ତେଢା

କିନ୍ତୁ ପାଖେ ଯାଇ ଦେଖିଲେ ଜାଣିବ

     ସିଧା ହୋଇଅଛି ଛିଡା ।


ମହାଦେବ ବାବା ବିମଳେଶ୍ବରଙ୍କ

      ଆବିର୍ଭୂତ ଶିବଲିଙ୍ଗ

ତେଣୁ ତାଙ୍କ ନାମ ତୁଣ୍ଡରେ ଧରିଲେ

     ମୁଣ୍ଡ ନଇଁ ଯାଏ ଆଗ ।


ବାବାଙ୍କ ମନ୍ଦିର ପାହାଡ ଉପରୁ

      ଓହ୍ଲାଇଲେ ପଶ୍ଚିମକୁ

ମହାନଦୀ ଜଳେ ମାଛ ଖେଳୁଥିବେ

     ଘାଟେ ଦେଖିବ ତାହାଙ୍କୁ ।


ପ୍ରତ୍ୟକ୍ଷ ସେ ଦିଅଁ ପ୍ରତ୍ୟକ୍ଷ ମନ୍ଦିର

     ଲୋକ ମୁଖୁ ଶୁଣା ଯାହା

ସ୍ବୟଂ ଦେବଶିଳ୍ପୀ ବିଶ୍ବକର୍ମାଙ୍କର

      ନିର୍ମାଣ ମନ୍ଦିର ଏହା ।


ହେ ବାବା ବିମଳେଶ୍ବର ମହାଦେବ

     କୃପା ଦୃଷ୍ଟି ରଖିଥାଅ

ବିପଦେ ଆପଦେ ଓଡିଶା ବାସୀଙ୍କୁ

    ସର୍ବଦା ସହାୟ ହୁଅ ।


Rate this content
Log in

Similar oriya poem from Inspirational