STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଆକାଶ ଛୁଇଁବାକୁ ଇଚ୍ଛା

ଆକାଶ ଛୁଇଁବାକୁ ଇଚ୍ଛା

1 min
219


ଅନ୍ଧାରୁ ଆସିଛି   ଆଲୁଅ ରାଷ୍ଟ୍ରରେ

    ସାଜୁଛି ନୂଆ ଭାରତ,

ଆଦର ବିଶ୍ବରେ   ବର୍ଣ୍ଣି ହେଉ ନାହିଁ

    ଅମୃତ କାଳ ଜଡ଼ିତ।


କେଉଁଠୁ ଆସିଲେ  ମହାନୁଭବସେ

  ବିକାଶେ ରାଷ୍ଟ୍ର ଯୋଡ଼ିଲେ,

ବର୍ଣ୍ଣିବ କିଏ ସେ   ମହିମା ତାଙ୍କର

    ଦୂର ଭେଦଭାବ କଲେ।


ସମଭାବ ମନ୍ତ୍ର   ସ୍ଥାପିତ କରିଲେ

     ସୁବିଧାଟି ବରାବର,

ଭେଦଭାବ ନାହିଁ   ବରାବର ଭାବ  

     ଶାସନ ପରା ରାଷ୍ଟ୍ରର।


ଆତ୍ମନିର୍ଭରର     ସୁନାମ ଉଡୁଛି

     ସବୁତ ରାଷ୍ଟ୍ରେ ନିର୍ମାଣ, 

ଡିଜିଟାଲ୍ ପରା   ହୋଇଛି ଭାରତ

     ସବୁରି କ୍ଷେତ୍ରେ ନିପୁଣ।


ଚିନ୍ତା ହୃଦେ ଜନେ  ଗୁଞ୍ଜେ ନାମ ମନେ  

     ନାହିଁ ଛୁଟି ଯାର ଦିନେ,

ଯୁବା ଯୁବତୀଙ୍କ  ହିରୋପରା ଭାଇ

     ବାଳକ ବାଳିକା ମନେ।


ଅହିଂସାର ମନ୍ତ୍ର   ଦେଉଛି ବିଶ୍ବକୁ

     ଗୁଞ୍ଜୁ ଅଛି ନାମ ଯାର,

ବିଶ୍ବଗୁରୁ ପରି  ମାନ୍ୟତା ରାଷ୍ଟ୍ରର

      ସବୁ ଅବଦାନ ଯା'ର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational