Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ଶୀତ ଲେଉଟାଣି

ଶୀତ ଲେଉଟାଣି

1 min
178



ଆସିଥିଲା ଶୀତ ମାଉସୀ କେବେଠୁ

ପୁଷ ମାସ ହେଲା ଦିନୁ ।

ଚଦର କମ୍ବଳ ସବୁ ବାହାରିଲା

ଶୀତୁଆ ଲାଗିଲା ତନୁ ।୧।

ରେଶମ ପଶମ ବସନ ସବୁ ତ

ଆମର ଲୋଡା ହୋଇଲା ।

ଉଷୁମ ଉଷୁମ ଖାଇବା ପାଇଁକି

କେଡେ ବଢିଆ ଲାଗିଲା ।୨।

ଗରମ ପାଣିରେ ଗାଧୁଆପାଧୁଆ

ସବୁ ଚାଲିଲା ଆମର ।

କେତେଦିନ ଗଲା ଶୀତ ଚାଲିଗଲା

ନସରୁଣୁ ଋତୁ ତାର  ।୩।

ଦଶ ବାର ଦିନ ନଯାଉଣୁ ପୁଣି

ଲେଉଟି ଆସିଲା ଶୀତ ।

ଋତୁରାଜ ଆଗମନୀ ହେଲେ ସିନା

ଶୀତ ହେବ ପରାହତ ।୪।

ଶୀତ ଆମ ମିତ ଏ ଶୀତ ଦିନଟି

ଆମ ପାଇଁ ଭାରି ଭଲ ।

ଦେହ ଭଲ ରହେ ମନ ଭଲ ରହେ

ଶୀତ କେବେ ନୁହେଁ ଶଲ ।୫।

ଲେଉଟାଣି ଶୀତ ଆସିଛି ତ ଆସୁ

ଡରିବା କାହିଁକି ଆମେ ।

ଉଷ୍ଣ ଉପଚାର କରିବା ଯେପରି

ଅସୁସ୍ଥ ନହେବା ଭ୍ରମେ ।୬।

କାଳଚକ୍ର ଗତି କରି ଚାଲିଥିବ

ହେବ ନାହିଁ କେବେ ସ୍ଥିର ।

ସମୟ ଆସିବ ଶୀତ ଚାଲିଯିବ

ନହୁଅ କେବେ ଅସ୍ଥିର  ।୭।



Rate this content
Log in

Similar oriya poem from Inspirational