STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ମହାକବି କାଳିଦାସ

ମହାକବି କାଳିଦାସ

1 min
314


ହେ ବରେଣ୍ୟ ମହାକବି  ପ୍ରଜ୍ଞ ବିଜ୍ଞ ଅନୁଭବୀ

  ସାହିତ୍ୟ ଜଗତେ ତୁମେ ପୁଣ୍ୟ ପ୍ରତିଭା 

ରଚି କାଳଜୟୀ କାବ୍ୟ ସଂସାରେ ହୋଇଛ ଦିବ୍ୟ 

  ଚିର ଜାଜ୍ଜ୍ୱଲ୍ୟମାନ ଯେ ତାହାରି ଆଭା 

    କାଳିଦାସ ମହାପଣ୍ଡିତ

 ନବରତ୍ନ ମଧ୍ୟେ ଶ୍ରେଷ୍ଠରତ୍ନ ଭାବେ ବିଖ୍ୟାତ।


କବିକୁଳ ଗଉରବ   ଶାନ୍ତ ଉଦାର ସ୍ଵଭାବ

  ବାଣୀପୁତ୍ର ରୂପେ ତୁମେ ବିଶ୍ଵେ ବିଦିତ 

ଥିଲ ଅଜ୍ଞାନ ମୂରୁଖ  ପାଇ ନିନ୍ଦା ଲଜ୍ୟା ଦୁଃଖ

   ଗୃହଛାଡ଼ି ଯାଉଥିଲ ହୋଇ ବିବ୍ରତ 

    ଉଭା ହେଲେ ମା' ସରସ୍ଵତୀ

  ତୁମ ହୃଦେ ଜାଳି ଦେଲେ ଜ୍ଞାନର ବତୀ।


ଶୁଣାଯାଏ ଜନ ମୁଖେ  କୁହନ୍ତି ତୁମ ବିପକ୍ଷେ

  ଡାଳ ଅଗ୍ରେ ବସି କାଟୁଥିଲ ତା' ମୂଳ 

ଥିଲ ବୋକା ନିରିବୋଧ ମେଷପାଳକ ଅବୋଧ

   ଜ୍ଞାନ ବୁଦ୍ଧି ବିଚାରରେ ହେୟ ଦୁର୍ବଳ 

    ଧର୍ମପତ୍ନୀ କଲେ ଭର୍ତ୍ସନା

  ପାଇ ନିନ୍ଦା ବରଦାଙ୍କୁ କଲ ପ୍ରାର୍ଥନା।


ଆସିଲେ ମା' ସରସ୍ଵତୀ  ଶୁଣି ତୁମ ଭକ୍ତି ସ୍ତୁତି

   ମହା ମୂରୁଖରୁ ହେଲ ମହାପଣ୍ଡିତ 

ସଂସ୍କୃତ ଭାଷାର ଶ୍ଳୋକେ ମହାକାବ୍ୟର ଶୀର୍ଷକେ

   ରଚ଼ନା କରି ବିଶ୍ୱକୁ କଲ ଚକିତ 

     ବିଦ୍ୱାନ ସୁଜ୍ଞାନୀ ଯଶସ୍ଵୀ

   ଲଭିଲ ଯେ ସିଦ୍ଧି ତୁମେ ଜ୍ଞାନ ପ୍ରକାଶି।


ମେଘଦୂତ ରଘୁବଂଶ   କୁମାରସମ୍ଭବ ଶୀର୍ଷ

  ରଚି଼ଲ ଲାଳିତ୍ୟ ପଦେ କରି ବିମୁଗ୍ଧ  

କାବ୍ୟ ସହିତେ ନାଟକ  ଅଗାଧ ଜ୍ଞାନ ପୂର୍ବକ

  ଅଭିଜ୍ଞାନ ଶକୁନ୍ତଳମ୍ କରେ ସ୍ତବ୍ଧ 

    ସେ ମାଳବିକାଗ୍ନିମିତ୍ରମ୍

  ଆଶ୍ଚର୍ଯ୍ୟ ଆଣଇ ବିକ୍ରମୋର୍ବଶୀୟମ୍।


ସଂସାରେ କଲ ପ୍ରମାଣ  ଅସାଧ୍ୟ ହୁଏ ସାଧନ

  ନିଜ ନିଷ୍ଠା ପରାକାଷ୍ଠା ବଳେ ନିଶ୍ଚିତ 

ମନ ପ୍ରାଣ ଥିଲେ ସ୍ଵଚ୍ଛ ଦୂର ହୁଏ ଯେତେ ତୁଚ୍ଛ

  ତ୍ୟାଗ ଆଦର୍ଶେ ମଣିଷ ଜିଣେ ଜଗତ 

    ସତ୍ୟ କର୍ମେ ହୁଏ ମହାନ

  ସୁଖ ଶାନ୍ତିମୟ ହୁଏ ଭବେ ଜୀବନ।


ଅନନ୍ୟ ତୁମେ ପଣ୍ତିତ  କାବ୍ୟ ଜଗତେ ଅମୃତ

  ତୁମ ଲେଖନୀକୁ ସର୍ବେ କରନ୍ତି ନମଃ 

ସର୍ବଜନଙ୍କୁ ଆଶିଷ   ଦିଅ ହେ ଅଶେଷ  

  ପାଦେ ତୁମର କରୁଛି କୋଟି ପ୍ରଣାମ 

    ହେ ମହାକବି କାଳିଦାସ

   ଚିର ଅମ୍ଳାନ ଅକ୍ଷୟ ତୁମର ଯଶ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational