STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଶୀତ ସ୍ମୃତି

ଶୀତ ସ୍ମୃତି

1 min
155

ପୁଅ ବାହାଘରେ ପତ୍ନୀଟି ମୋହର

 କେତେ ଖୁସି ହୋଇଥିଲା 

ପ୍ରଭୁଙ୍କ ପୂଜନେ  ନିତି ଉପବାସ

   ଦୁର୍ବଳ ଶରୀର ଥିଲା।


ପୁତ୍ର ବ୍ରତ ପୁଣି  ବିଭାଘର ତାର

  କେତେ ଉପବାସ ତହିଁ 

ଝୁଣ୍ଟିଆ ପଶିଲା ପାଦ ଆଙ୍ଗୁଳିରେ

  ନକହିଲା କାରେ ଯହିଁ।


ଶେଷ ବିଭା ପରେ ଦେଖେ ଛୋଟ ଝିଅ

  କାନ୍ଦି ପକାଇଲା ଯହିଁ 

କି ଅବସ୍ଥା ତୁହି କରିଅଛୁ ମାତେ

  ନ କହିଲୁ କିମ୍ପା କାହିଁ?


କେତେ କଷ୍ଟ କରି ବାହାର କରିଲା

  କାନ୍ଦି କାନ୍ଦି ଝିଅ ତାର 

କେତେ କଥା ଝିଅ କହିଗଲା ମତେ 

  ଧ୍ୟାନଟି ନାହିଁ ତୁମ୍ଭର।


ଡାକ୍ତର ଆସିଲା  ଦେଲା ଟିକା ତହିଁ

 ଔଷଧ ଦେଲା ସେ କେତେ 

ଭଲ ହେଲା ପତ୍ନୀ ବୋହୁର ସେବାରେ

  ପୁତ୍ରବଧୁ ସେବା କେତେ।


ସ୍ମୃତି ରହିଯିବ  ତିରକାଳ ପାଇଁ

  ପୁତ୍ର ବାହାଘର ସ୍ମୃତି 

ନୂଆ ବୋହୁ କରେ ଶାଶୁର ସେବାଟି  

  ମନ ଉତ୍ସାହିତ ଅତି।


ଶାଶୁଟା ତାହାର  ଧର୍ମପରାୟଣ

  କରୁ ଥାଏ ପ୍ରଭୁ ସେବା 

ପ୍ରଭୁ ସେବା କରି  ଉପବାସେ ରହି

  କରିଛିସେ ମନ୍ତ୍ର ସେବା।


ଧନ ସମ୍ପତ୍ତିରେ ଧ୍ୟାନ ନାହିଁ କେବେ

  ପ୍ରଭୁ ଭକ୍ତି ହୃଦୟରେ 

ଦୁଇ ଝିଅଙ୍କର ବିଭା ହୋଇଅଛି

  ପୁତ୍ର ବିଭାଟି ଶୀତରେ।


ଦୁଇ ଝିଅ ତାର ଖୁସିରେ ଅଛନ୍ତି

  ତାଙ୍କ ନିଜ ଶାଶୁଘରେ 

ଧନ ସମ୍ପତ୍ତିରେ ପୂରଣ ରହିଛି

  ନାହିଁଟି ଅଭାବ କାରେ।


ପୁଅଟି ତାହାର ଶିକ୍ଷକ ଭାଇରେ

  ସରକାରୀ ସେ ଶିକ୍ଷକ 

ବହୁ ତହିଁ ଯାର ଅତି ହିଁ ସଂସ୍କାରୀ

  ଦେଖିଣ ଖୁସି ଅଧିକ।


ଲକ୍ଷ୍ମୀ ପୂର୍ଣ୍ଣ ଘର  ସବୁ ତ ସମ୍ପନ୍ନ

 ସବୁ ପରା ପତ୍ନୀ ଯୋଗୁଁ 

ପ୍ରଭୁ ଆଶୀର୍ବାଦ ରହିଛି ସର୍ବଦା

 ସବୁ ପରା ଧର୍ମ ଯୋଗୁଁ।


ନାହିଁ ଅହଙ୍କାର ପତ୍ନୀର ଜୀବନେ

 ସମଭାବ ମନ୍ତ୍ର ତାର 

ପୁତ୍ର ବାହାଘର ସ୍ମୃତି ରହିଥିବ

  ଝୁଣ୍ଟିଆ ପଶିବା ତାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational