STORYMIRROR

LALIT MOHAN DASH

Inspirational

3  

LALIT MOHAN DASH

Inspirational

ମାଆ ପରି କିଏ ହେବ

ମାଆ ପରି କିଏ ହେବ

1 min
198

ମାଆ ପରି କିଏ ହେବ କହ ଏ ସଂସାରେ

ନିଜ ସନ୍ତାନ ପାଇଁ ସର୍ବସ୍ୱ ଦାନ କରେ ।।

ଦୀପ ସମ ଜଳି ଯେ ଆଲୋକ ଦାନ କରେ

ସାରା ଦୁନିଆକୁ ମହକାଇ ଦେଇପାରେ ।।

ସ୍ନେହ ଗଭୀର ସାଗର ମାପିହୁଏ ନାହିଁ

ନିସ୍ୱାର୍ଥ ସ୍ନେହ, ପ୍ରେମର ପ୍ରତୀକ ଟି ସେହି ।।

ଦୁନିଆଁର ସବୁଠୁ ସୁନ୍ଦର ନାରୀ ସିଏ

ପୁତ୍ର ମୁଖ, ମନ କଥା ପଢ଼ିପାରେ ଯିଏ ।।

ପତିତ ପାବନ ନେତ ଯା ପଣତ କାନି

ସନ୍ତାନ ସୁରକ୍ଷା ପାଇଁ ଅଟଇ ଘୋଡ଼ଣୀ ।।

ଆକାଶ ତାରକା ସମ ମାଆର ମମତା

ଗଣି ହୁଏନାହିଁ ଯାହା ସତ୍ୟ ଏହି କଥା ।।

କେତେ ଯେ କଷଣ ସହେ ସନ୍ତାନଙ୍କ ପାଇଁ

ତାହାପରି ଆଉ କେହି ଦୁନିଆଁରେ ନାହିଁ ।।

ସନ୍ତାନ ଉଦାସ ମୁହେଁ ଫୁଟାଏ ସେ ହସ

ତାହାକୁ ଖୁଆଇ ରହେ ନିଜେ ସେ ଉପାସ ।।

ନିଃସ୍ୱାର୍ଥପର ପ୍ରେମ, ସେବା ମାଁ କରିପାରେ

ମାଆ ବିକଳ୍ପ କି କିଏ କେବେ ହୋଇପାରେ ?।।

ମାଁ ସୃଷ୍ଟି ପ୍ରତିପାଳକ ମାଆ ସୃଷ୍ଟି ଅନ୍ତ

ମାଆ ନାହିଁ ତ ଆମର କାହୁଁ ବା ଅସ୍ତିତ୍ବ ।।

ସଂସାରର ସର୍ବଶ୍ରେଷ୍ଠ ଉପହାର ମାଆ

ଯାହା ବିନା ଅପୂର୍ଣ୍ଣ ଏ ସାରା ଦୁନିଆଁ ।।

ଯଦି ଏ ଧରାଧାମରେ ସ୍ୱୟଂ ଭଗବାନ

ଅବତାର ନେଇଣ ସେ ହୁଅନ୍ତି ଜନମ ।।

ମାଆ କାନି ପଣତରେ ନିଅନ୍ତି ଆଶ୍ରୟ

ମାଆ ଠାରୁ ଦୁନିଆଁରେ କେହି ବଡ଼ ନୁହଁ ।।

ମାଆ ସେବା ଜୀବନର ସର୍ବଶ୍ରେଷ୍ଠ ବ୍ରତ

ତା ଆଶୀର୍ବାଦେ ସନ୍ତାନ ଜିଣଇ ଜଗତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational