STORYMIRROR

Jagannath Das

Inspirational

3  

Jagannath Das

Inspirational

ଭଜନ

ଭଜନ

1 min
173

ପୁଲକ ଆସଇ

ଏ ସାରା ଶରୀରେ

ମୁଁ ନବ ବାଳୀ


ସଜାଇ ରଖିଲି

ମୋର ଅର୍ଘ୍ୟଥାଳି

ହେ ବନମାଳି....ପଦ


ଆବୋରିଲି ବପୁ କନକ ବସନେ

ଦୋଳାଇଲି ହାର ମୋ ହୃଦ ଭୁବନେ

ଝିନ ବସନକୁ ସୁବର୍ଣ୍ଣ ରତନ ମୋହିବକି ସତେ ଏ କୁଞ୍ଜ ବାଳୀ...


ରୁଣୁ ଝୁଣୁ ରବେ ରାବଇ ଚରଣେ

ଆସିଲେ କି ସେ ହଲାଇ ଜଘନେ

ହେମନୁପୁରର ଚାଦର ହାର

ଝଲସଇ ମନେ କ୍ରୋଧ ହିଂସା ଭାବ କାଳିମା ଜାଳି...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational