STORYMIRROR

Kalpana Kumari Pradhan

Inspirational

3  

Kalpana Kumari Pradhan

Inspirational

ଶୁଭ ସକାଳ

ଶୁଭ ସକାଳ

1 min
216

ମଙ୍ଗଳମୟ ପ୍ରଭାତେ ଜଣାଏ

   ବାରତା ଶୁଭ ସକାଳର 

ଶୁଭଙ୍କର ହେଉ ଆଜ ଦିନଟି

   ପ୍ରତିକ୍ଷଣ ଉତ୍ସବ ଆନନ୍ଦର l


ଅନ୍ଧାରର ବକ୍ଷ ଭେଦି ତପନ

   ଉଠିଲେଣି ପୂରୁବ ଗଗନେ

ନବ ପୁଲକରେ ପୁଲକିତ

    ଭରି ସବୁରି ପ୍ରାଣେ l


ବିତିଗଲା ଦିନ ଶୋଚନା

  ନକରିବୁ ଆଜ ଦିନେ

ବର୍ତ୍ତମାନ ତୋର ଫଳପ୍ରଦ

  ହେଉ ତୋହରି କର୍ମେ l


ପ୍ରତିଟି ମୁହୂର୍ତ୍ତ ଫେରିବନାହିଁ

   ଚାଲିଗଲା ପରେ ଥରେ

ଆନନ୍ଦମୟଙ୍କ ସଂସାରେ

   ଆନନ୍ଦ ଭରେ ଅନ୍ତରେ l


କାମନା ତୋର ଫଳବତୀ

 ହେବ ପ୍ରଚେଷ୍ଟାରେ ତୋହରି

ଅଳସ୍ୟକୁ ତେଜି କର୍ମଯୋଗୀ 

  ଆଦର୍ଶ ହେଇବୁ ସବୁରି l  

    



এই বিষয়বস্তু রেট
প্রবেশ করুন

Similar oriya poem from Inspirational