Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Budhadeba Nayak

Inspirational

3  

Budhadeba Nayak

Inspirational

ସୀମାନ୍ତ ଅଞ୍ଚଳେ ଓଡ଼ିଆଙ୍କ ବେଦନା

ସୀମାନ୍ତ ଅଞ୍ଚଳେ ଓଡ଼ିଆଙ୍କ ବେଦନା

1 min
166


ଉତ୍କଳ ଭୂମିରେ ଜନମ ତ ସତ

       ପଡୋଶୀ ନେଉଛି ଟାଣି 

ମୋ ଓଡିଶାବାସୀଙ୍କୁ ଲୋଭ ଦେଖାଇ କି  

       ଭାବୁ ଅଛି ନେବି ଛାଣି |


 ମାତୃଭାଷା ତାଙ୍କ ଅଟଇ ଓଡ଼ିଆ

       କୁହନ୍ତି ନାହିଁ ସେ ଓଡ଼ିଆ 

 ଜନମି ଅଛନ୍ତି ଓଡିଶାରେ କିନ୍ତୁ

       ଆନ୍ଧ୍ରକୁ କୁହନ୍ତି ବଢ଼ିଆ |


 କ'ଣ ବା କରିବେ ସୀମାନ୍ତ ବାସିନ୍ଦା

       ଓଡ଼ିଆ ହିଁ ତାଙ୍କ ଭାବନା 

ଭାବ ପ୍ରକାଶନ୍ତି ବିଦେଶୀ ଭାଷାରେ

       ଓଡ଼ିଶାକୁ କରି ଛଳନା |


ତାହା କରି ହେବ ନାହିଁ କଳ୍ପନା....

ଆଜି ଏ ଦିନରେ ସୀମାନ୍ତ ଅଞ୍ଚଳ

      ଓଡ଼ିଆଙ୍କ ଏହା ବେଦନା.......

     ତାହା କରି ହେବ ନାହିଁ କଳ୍ପନା......|


 ଖାଦ୍ୟ ପେୟ ବୁଝେ ଛଳନା ସେ କରେ

       ବୁଝୁ ତ ନାହାନ୍ତି ଓଡ଼ିଆ                    

 ତା ଆକର୍ଷଣେ ଆକର୍ଷିତ ହୋଇ

       ଓଡ଼ିଶା ଭାବନ୍ତି ଅଳିଆ |


ମଝି ଦରିଆର ନାବ ଯେ ସେମାନେ

       ଦରିଆରେ ଉବୁଟୁବୁ 

ଓଡ଼ିଶା ଆସିବେ ନା ଆନ୍ଧ୍ରା ଯିବେ

       ବସି ଆମେ ଏଠି ଭାବୁ |


ଓଡ଼ିଶାର ଏହି ସୀମାନ୍ତ ଅଞ୍ଚଳ

       ପାଉଛନ୍ତି ନିର୍ଯ୍ୟାତନା 

ଓଡିଶାକୁ ଅନୁରୋଧ ଆପଣେଇ

       ଆଣୁ ନ କରି ଛଳନା |


ତାହା କରି ହେବ ନାହିଁ କଳ୍ପନା......

 ଆଜି ଏ ଦିନରେ ସୀମାନ୍ତ ଅଞ୍ଚଳ

      ଓଡ଼ିଆଙ୍କ ଏହା ବେଦନା.......

      ତାହା କରି ହେବ ନାହିଁ କଳ୍ପନା.......|                      

                           

    



Rate this content
Log in