Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ଦୀପଟିଏ ମୋତେ କରିଦିଅ ପ୍ରଭୁ

ଦୀପଟିଏ ମୋତେ କରିଦିଅ ପ୍ରଭୁ

1 min
137


ଦୀପଟିଏ ମୋତେ କରିଦିଅ ପ୍ରଭୁ

ଆନ କିଛି ନଲୋଡଇ ।

ତୁମରି ପାଶରେ ଦାଉ ଦାଉ ହୋଇ 

ସଦା ଜଳୁଥିବି ମୁହିଁ ।୧।


ତୁମରି ଆଲୋକେ ଆଲୋକିତ ହେବି

ତୁମ ରୂପ ଦେଖୁଥିବି ।

ତୁମରି ଗୁଣ ମୁଁ ଗାଉଥିବି ସଦା 

ସ୍ଥିର ହୃଦୟରେ ଥିବି ।୨।


ତୁମର ହୋଇ ମୁଁ ସଦା ରହିଥିବି

ତୁମକୁ ଥିବି ମୁଁ ଚାହିଁ ।

ତୁମ ଦରଶନେ ଆନନ୍ଦିତ ହେବି

ଦୁଃଖ ମୋ ରହିବ ନାହିଁ ।୩।


ହେ ମୋର ଠାକୁର ଶୁଣିବ ମୋ ଗୀର

ମୁଁ ତୁମର ତୁମେ ମୋର ।

ତୁମ ପଦ୍ମପାଦେ କୋଟିଏ ଜୁହାର 

କରେ ବ୍ରହ୍ମାଣ୍ଡ ଠାକୁର  । ୪।


ସଞ୍ଜ ସକାଳରେ ଆଳତି ବେଳରେ

ତୁମ ପୂଜା କାଳେ ରହି ।

ଜଳୁଥିବି ମୁହିଁ ତୁମ ସମକ୍ଷରେ

ହସୁଥିବ ମୋତେ ଚାହିଁ ।୫।


ହୃଦ ପଛେ ଜଳୁ ଅଗ୍ନିରେ ମୋହର

ଜଳଜଳ ଥିବି ଚାହିଁ ।

ତୁମ ରୂପ ଛଟା ଦେଖି ହେବି ସୁଖୀ

ଦୁଃଖିତ ହେବି କିପାଇଁ ? ୬।


ଆଖିରେ ଦେଖିବି ତୁମ ନୀରାଜନା

ତୁମ ପାଶେ ପାଶେ ରହି ।

ହେ ମୋର ଠାକୁର ସୁଦୟା ବହିବ

ନିର୍ଦ୍ଦୟ ହୋଇବ ନାହିଁ ।୭।


ସଭିଙ୍କ ହୃଦୟେ ବସିଛ ହେ ସାଇଁ

ଦୟାନିଧି ନାମ ବହ ।

ଏଇ ଅଳି ମୋର ତୁମ ପାଶେ

ମୋତେ ଦୀପଟିଏ କରିଦିଅ ।୮।



Rate this content
Log in

Similar oriya poem from Inspirational