Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ପୁଣ୍ୟ ପଞ୍ଚୁକ

ପୁଣ୍ୟ ପଞ୍ଚୁକ

1 min
269



କାର୍ତ୍ତିକ ମାସକୁ ପୁଣ୍ୟମାସ ବୋଲି

ଜାଣିିଥାଆନ୍ତି ସଭିଏଁ

ଶେଷ ପାଞ୍ଚଦିନ କାର୍ତ୍ତିକ ମାସର

ପୁଣ୍ୟ ପଞ୍ଚୁକ ବୋଲାଏ ।


ଭୀଷ୍ମ ପଞ୍ଚକ ବା ବକ ପଞ୍ଚକ ବୋଲି

ବି କୁହାଯାଏ ତାକୁ 

ପୁଣ୍ୟ ପଞ୍ଚୁକ କାର୍ତ୍ତିକ ମାସେ ଆସେ

ଅଛପା ଏହା କାହାକୁ ।


ବଡ ଏକାଦଶୀ ଦିନ ଠାରୁ ଏ ପୁଣ୍ୟ

ପଞ୍ଚୁକ ପାଞ୍ଚ ଦିନ 

ପାଳନ ହୁଅଇ ବଗ ଏ ଦିନରେ

ଆମିଷ ନଖାଏ ଜାଣ ।


ପ୍ରାତଃସ୍ନାନ ଆଉ ଦେବ ଦରଶନ

ହବିଷ ଅନ୍ନ ଭୋଜନ 

ତୁଳସୀଚଉରା ମୂଳେ ସନ୍ଧ୍ୟାକାଳେ

ଆକାଶଦୀପ ପ୍ରଦାନ ।


ପୁଣ୍ୟ ପଞ୍ଚୁକରେ ଏଇ ଚାରି କର୍ମ

ନିଷ୍ଠାପର ଭାବେ କରି 

ଭକତି ଭାବରେ ଦିନ କଟାଇବ

ଭଜି ଦାମୋଦର ହରି ।


ହର ହରିଙ୍କର ଦର୍ଶନ କରିବା

ଏଇ ପୁଣ୍ୟ ପଞ୍ଚୁକରେ

ଶ୍ରୀଜଗନ୍ନାଥଙ୍କ ଦର୍ଶନ ମିଳିବ

ନିତି ବିବିଧ ବେଶରେ ।


ଏକାଦଶୀ ଦିନ ଲକ୍ଷ୍ମୀନାରାୟଣ

ବାଙ୍କଚୂଡା ଦ୍ଵାଦଶୀରେ

ତ୍ରୟୋଦଶୀ ତ୍ରିବିକ୍ରମ ଲକ୍ଷ୍ମୀନୃସିଂହ

ବେଶ ଚତୁର୍ଦ୍ଦଶୀରେ ।


କାର୍ତ୍ତିକ ପୂର୍ଣ୍ଣମୀ ରାଜରାଜେଶ୍ଵର

ବେଶ ପଞ୍ଚୁକ ଛ ଦିନ 

ପଡିଗଲେ କେବେ ମହାପ୍ରଭୁଙ୍କର

ବେଶ ହୁଏ ନାଗାର୍ଜୁନ ।


ପୁଣ୍ୟ ପଞ୍ଚୁକରେ ଧବଳେଶ୍ବରଙ୍କ

ବଡଓଷା ବ୍ରତ ରଖ

ପ୍ରୀତ ହେବେ ବାବା ସଫଳ ହୋଇବ

ତୁମର ପୁଣ୍ୟ ପଞ୍ଚୁକ ।


ପରମ୍ପରା ଆମ ଡଙ୍ଗା ଭସାଇବା

ପୂର୍ଣ୍ଣମୀ ସକାଳୁ ଉଠି

ଆକାମାବୈ ଗାଇବା ହରଷେ

ଡଙ୍ଗା ଆସିବ ଲେଉଟି ।


କ୍ରୋଧ କପଟ କଟୁବଚନ କୁସଙ୍ଗ

କାମନା ତ୍ଯାଗ କର 

ପୁଣ୍ୟ ପଞ୍ଚୁକର ପୁଣ୍ୟମାସ ଫଳ

ଲଭିବ ତୁମେ ଅପାର ।


Rate this content
Log in

Similar oriya poem from Inspirational