ପରିବାର
ପରିବାର
ପିଲା ପରିବାର ଆତ୍ମୀୟ ସ୍ଵଜନ
ଜୀବନର ଅନୁସଙ୍ଗ
ସ୍ନେହଁପ୍ରେମ ଢାଳି ଦିଅ ଜଳାଞ୍ଜଳି
ପ୍ରାପ୍ତ ହେବ ସୁଖଭୋଗ ॥
ଭାବ ବନ୍ଧନରେ ପ୍ରୀତି ପରଶରେ
ହସଇ ସୁନା ସଂସାର
ସ୍ନେହଁ ପ୍ରେମ ନୀରେ ଭାସିଯାଅ ସର୍ବେ
ମହକିବ ପରିବାର ॥
ଅମୂଲ୍ୟ ସମ୍ପଦ ଆମ ପରିବାର
ବୈକୁଣ୍ଠ ସମାନ ଅଟେ
ପରସ୍ପର ସ୍ନେହଁ ଥାଏ ନିରନ୍ତର
ସୁଖ ଭୋଗେ ଦିନ କଟେ ॥
ବୃଦ୍ଧ ପିତା ମାତା ପରିବାର ସତ୍ତା
ଉଜ୍ଜ୍ବଳ ସ୍ଵର୍ଣ୍ଣ ମାଣିକ
ଶ୍ରମ ଦାନ କରି ଗଢି ତୋଳି ଛନ୍ତି
ସୁରମ୍ୟ ମହଲ ନୀଡ଼ ॥
ନୀଡ଼ର ଶାବକ ଗରବ ଗୌରବ
କୁଳର ଚାନ୍ଦ୍ରମା ସୁତ
କର୍ମ ଅଭିମୁଖେ ଥାଏ ଅବିରତେ
ସାଜି ପରିବାର ମିତ ॥
ପୃଥିବୀଠୁ ବଡ଼ ଜନ୍ମଦାତ୍ରୀ ଆମ
ସରଗଠୁ ବଡ଼ ପିତା
ତାଙ୍କରି ବଦାନ୍ୟ ସୁପରିବାର
ସତେ ସେ ଜଗତ ଜିତା ॥
ସହ ଅଵସ୍ଥାନ ଭାବ ଉଦ୍ଦୀପକ
ପରିବାର ମୂଳପିଣ୍ଡ
ଅଦୃଶ୍ୟ ବନ୍ଧନ ହୋଇଛି ବଳିଷ୍ଠ
ସଚିତ୍ର ଜଗତେ ଶ୍ରେଷ୍ଠ ॥
ସମୃଦ୍ଧି ବିଜୟ ଆଦର୍ଶ ନିଳୟ
ପରିବାର ପ୍ରତିଛବି
ଦୁଃଖରେ ସୁଖରେ ରହିବା ସଙ୍ଗତେ
ସର୍ବେ ଆମେ ଅନୁଭବି ॥
