Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Inspirational

4  

baishnaba meher

Inspirational

ଦରଦ

ଦରଦ

1 min
391



ଓଃ କି ଯନ୍ତ୍ରଣା

ଲୁହ ଧାର ବହି ଯାଉଛି,

ଛାତିର ଦରଦ

ସ୍ୱତଃ ପ୍ରକାଶିତ ହେଉଛି;

ସମ୍ପର୍କର ଭାବାବେଗ ରେ

ଅବିଶ୍ୱାସ ର ଧୂଆଁ !

ଆଜି କେମିତି

ଚତୁଃପାର୍ଶ୍ଵ ଅନ୍ଧାର ଲାଗୁଛି l


ମୁଁ ଆଜି

ମାୟା ଶିକୁଳିରେ ବନ୍ଧା,

ଦୁନିଆ ମାଗେ

ମୋ ନିର୍ଦ୍ଦୋଷ ର ପ୍ରମାଣ;

କେବେଠୁ

ମୋ କୃତିତ୍ବ ଉପରେ

ମଳ ତ୍ୟାଗ କରି

ଲିଭେଇ ଦେଲେ

ମୋ ସ୍ୱାଭିମାନ ର ଚିହ୍ନ l


ଦୁନିଆ ଆଗରେ

ଖୁସିର ଅଭିନୟ କରେ,

ହେଲେ

ମୋ ମନର ଦରଦ

ମନ ଭିତରେ ରୁହେ l

ଲୁହ ଲହୁ ମିଶି

ଦରଦ ଯାଉଛି ବଢି,

କିନ୍ତୁ;

ଛାତିର ଯନ୍ତ୍ରଣା

ଆଖି ଦେଉଛି କହି l


କାହାଠୁ

ସମବେଦନା ପାଏ

ଅବା ନପାଏ,

ମୁଁ ତୁନି ହୋଇ ରୁହେ,

ଯନ୍ତ୍ରଣା ହଉ

ଅବା ପ୍ରତାରଣା ହଉ,

ସର୍ବ-ସମ୍ମୁଖେ

ଅବା ନିରୋଳା ରେ,

ଆଖିରୁ କେଇ ଟୋପା

ମୁକ୍ତା ଝରିପଡେ l



Rate this content
Log in

Similar oriya poem from Inspirational