STORYMIRROR

Dr.Priyadarshee Praharaj

Abstract Classics

3  

Dr.Priyadarshee Praharaj

Abstract Classics

ସ୍ୱର୍ଗୀୟ ଦୂତ

ସ୍ୱର୍ଗୀୟ ଦୂତ

1 min
154


କେମିତି ଆଙ୍କି ପାରୁ ତୁ

ଗୋଟିଏ ସୁନ୍ଦର୍ ସଂସାର, ଏକେଲା 

ଏ ବିଶାଳ ଆକାଶ ତଳେ ।

କେମିତି ଧରି ରଖି ପାରୁ ତୁ

ମେଞ୍ଚାଏ ଜଟିଳ ସମ୍ପର୍କ, ସ୍ୱାଛନ୍ଦ୍ୟ

ରୂପେ, ଏ ସ୍ବାର୍ଥ ପରାୟଣ ସମାଜ ମେଳେ ।

ଆସେନି କି ତତେ ରାଗ,

ପଡୁନା କି ତୁ ଜମା ଭାଙ୍ଗି,

ଯେବେ ଲଦି ହୋଇ ଯାଏ

ବୋଝ ଉପରେ ନଳିତା ବିଡା।

କେମିତି ସହି ପାରୁ ତୁ

ପକ୍ଷପାତୀ ବିଚାର ବିବୃତ୍ତି, ନୀରବରେ

ଏ ଅମନୋଯୋଗୀ ଚିନ୍ତା ଘେରେ ।

କେମିତି ବାନ୍ଧି ପାରୁ ତୁ

ଦୁଃଖ, ଅଭିମାନର ସହସ୍ର ପେଡ଼ି, ଦମ୍ଭ ସହିତ

ଏ ଅସମ୍ଭାବ୍ୟ ପ୍ରାକୃତିକ ସ୍ଥଳେ ।

କରୁନା କାହିଁକି ଚିତ୍କାର,

ବାଢୁନା କିମ୍ପାଇଁ ଯୁକ୍ତି,

ଯେବେ ଲୁଚି ଯାଏ ସତ,

ତିନି ତୁଣ୍ଡରେ ଛେଳି କୁକୁର ହୋଇ।

କେମିତି ମୁଣ୍ଡେଇ ପାରୁ ତୁ

ଅନ୍ୟର ଅତିଶୟ ଦୋଷ, ନିର୍ଦ୍ଵନ୍ଦରେ

ଏ ନିରର୍ଥକ, ଅନନ୍ଦହୀନ ସୀମା ଭିତରେ।

କେମିତି ତୀବ୍ର ହେଇ ପାରୁ ତୁ

ଅପରିହାର୍ଯ୍ୟ, ବିପଦ ଅବସ୍ଥିତି କାଳେ, ସୁନିଶ୍ଚିତରେ

ଏ ସୁବିଧାବାଦୀ, ନିର୍ଦ୍ଧୟ, ମୂଲ୍ୟହୀନ ଦଳରେ ।

ନାହିଁ କାଇଁ ତୋ ପାଖେ ଅସହିଷ୍ଣୁତତା,

ହୋଇ ପାରୁନା ତୁ କାଇଁ ସ୍ୱାର୍ଥପର,

ଯେବେ ଜାଣିଛୁ ଅଣ୍ଟିର ଛୁରୀ

ତତ୍ପର ହୁଏ ତଣ୍ଟି କାଟିବା ଲାଗି।

କି ଧାତୁ ରେ ବା ତୁ ଗଢା,

ଅସଂଖ୍ୟ ହସ୍ତ କେମିତି ତୋହର

ସ୍ୱଚ୍ଛ, ଉଜ୍ବଳ କେମିତି ସେ ମୁଖ 

ମେଲେଇ ଛାଉଣୀ, ଦିଶୁ ଅପରୂପ ।

କିପରି ଧାରଣ କରିଛୁ

ବିତ୍ତଶାଳୀ ହୃଦୟ, ଖୋଷିଛୁ ଗଭାରେ

ସ୍ଥିରିକୃତ ମନୋଭାବ,

ଶୃଙ୍ଗାରରେ ସଜ୍ଜିତ କରି ଲଜ୍ଜାଶୀଳ ଭାବ।

ବାନ୍ଧିଛୁ କଟିରେ ଚଉଡ଼ା ସାହସୀ ପଟି

ଟାଣିଛୁ ପାଦେ ଗାଢ଼ ଶୃଙ୍ଖଳିତ ଅଳତା,

ମଥାରେ ଯେ ତୋହର ସୌଭାଗ୍ୟ ସିନ୍ଦୂର,  

ଅଲୌକିକ, ଦିବ୍ୟ ତୋ ରୂପ ମନୋହର।

ହୋଇ ପାରିବୁ କେମିତି, ତୁ ତୁଳନୀୟ 

ଏଇ ମାନବୀୟ ସମ୍ପ୍ରଦାୟରେ

ତୁ ପାର୍ଥିବ,ଯଶସ୍ଵୀ,ଐଶୀ, 

ତୁ ଆଶିର୍ବାଦ, ତୁ ଆଶ୍ରୟ 

ତୁ ଦେବୀ, ତୁ ମାଆ 

ତୁ ଅବିକଳ,

ତୁ ପରଂବ୍ରହ୍ମଙ୍କ ସ୍ୱର୍ଗୀୟ ଦୂତ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract