STORYMIRROR

Dr.Priyadarshee Praharaj

Tragedy Action Crime

3  

Dr.Priyadarshee Praharaj

Tragedy Action Crime

ନିର୍ଦ୍ଦୋଷ

ନିର୍ଦ୍ଦୋଷ

1 min
136


ଅନ୍ଧାର ଚିରି ମିଞ୍ଜି ମିଞ୍ଜି ସାହସୀ ତାରା ପରି,

ତମେ ଏ ଅସମୟରେ ନିଃସଙ୍ଗ କୁମାରୀ।


ନିଜର ଦାୟିତ୍ଵ, ନିଜର ଅଭିଳାଷାକୁ ସାକାର କରିବା ଲାଗି,

ଓହ୍ଲାଇ ଆସିଛ ଆଜି ଏ ଜଟିଳ ଓ କଷ୍ଟକର ପରିବେଶ ମଧ୍ୟକୁ, ଅନୁମତି ମାଗି।


ଏକାକିତ୍ବକୁ ଭୁଲେଇ, ହୋଇ ଯାଓ ତମେ ଅବାଧ,

ତେଣୁ ଚେଷ୍ଟିତ ମୁଁ, ଆଳାପ ଯୋଡ଼ିବାକୁ ତମ ସଙ୍ଗେ ନିର୍ବୋଧ।


ମେଘର କଳା ଛାୟା ହେଲା ଭାରି କଠୋର,

ଛିଟା କିଛି ପଡ଼ିଲା ଉପରେ,ହେଲି ମୁଁ ତତ୍ପର।


ଭିଜି ଯାଇ କାଳେ, ଅସୁଖକର ଅବସ୍ଥିତି

କରିବ ଅସଂଜତ,

ବ୍ୟସ୍ତ ହୋଇ ଫୁସ୍ ଫୁସ୍ କରି କହିଲି କାନେ, ଟିକେ ପାଖେଇ ଆସ ମାନି ମୋର ମତ।


କୁତ୍ସିତ ଦୃଷ୍ଟି ହାଣି କଲ ମୋତେ ତମେ କ୍ଷତାକ୍ତ

ଦୋଷ ନ ଥାଇ ମୋର, ପରିଚୟ ହେଲା କଳଙ୍କିତ।


ଭିତରେ ଥିଲା ଭୟ ତମର, ଉପରେ ତୀବ୍ର ଅଭିବ୍ୟକ୍ତି,

ବିରାଙ୍ଗନା ରୂପ ଦେଖି ଜାଗିଲା ତମ ପ୍ରତି ଗୋଟେ ଭକ୍ତି।


ସମାଜରେ ଆଙ୍କି ଦେଲ ତମେ ମୋର ଗୋଟେ ଅସ୍ବାଭାବିକ ପ୍ରତିମା,

ନିରୀହ ରହି ସତ୍ତ୍ୱେ, ଆଜିବି ସହି ଚାଲିଛି ଲଜ୍ୟା, ତିରସ୍କାର, ହରେଇ ନିଜ ଗାରିମା।


କିଏ କରିବ ବିଶ୍ୱାସ, କାହାର ପାଇବି ସମର୍ଥନ,

ଏଠି ତ ମଣିଷ ନିୟମ, ଆଇନ୍ ଓ ପ୍ରକୃତି ସବୁ କ୍ଷଣ କ୍ଷଣ କେ ଆନ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy