STORYMIRROR

Dr.Priyadarshee Praharaj

Romance Fantasy

4  

Dr.Priyadarshee Praharaj

Romance Fantasy

ନିଷିଦ୍ଧ ରାତି

ନିଷିଦ୍ଧ ରାତି

1 min
240


ପ୍ରେମ ପାଇଁ ରାତି ଟିଏ ଯଥେଷ୍ଟ,

କାରଣ ସେଇ ପ୍ରେମ 

କ୍ଷଣିକ ମଧ୍ୟରେ, ଆକର୍ଷିତ କରି ପାରେ।

କିଣି ପାରେ ମନ, ମର୍ଯ୍ୟାଦା ଓ ସ୍ବାଭିମାନ

ତେଣୁ ପ୍ରଥମ ଦେଖାରେ ହିଁ

ଲେଖି ହୋଇ ଯାଏ ଅସରନ୍ତି ପାଣ୍ଡୁଲିପି।


ତେଣେ ବାନ୍ଧି ହୋଇ ରହେ

ରାଗ,ଅଭିମାନ,ତ୍ୟାଗର ଗୋଲାପି ଫର୍ଦ୍ଦ

ପ୍ରତିଟି ଫର୍ଦ୍ଦ ଲୁଚାଇ ରଖି ଥାଏ ସୁବାସିତ ରେଖାଚିତ୍ର।


ସବୁକିଛି ସେକେଣ୍ଡ କଣ୍ଟାର ତୀବ୍ର ବେଗେ ଦୌଡ଼ି ଥାଏ,

ନଥାଏ ସେଥିରେ ସ୍ତିରତା,

ଭାବିବାକୁ ମିଳେନି ସୁଯୋଗ,

କେବଳ ଭରା ଅବେଗ ପାଈଁ ପୁଳା ପୁଳା ଶୂନ୍ୟ ସ୍ଥାନ ଥାଏ ।


ଏତେ ଚାଞ୍ଚଲ୍ୟ ଭିତରେ

ପ୍ରେମ କେବେ ହଜାଏନି ତାର ଅସ୍ତିତ୍ବ,

ସେ ଝରଣା ସଦୃଶ୍ୟ ହୋଇ 

ବହି ଚାଲେ ଆଗକୁ ଆଗକୁ।


ରାତି ସରି ଦିନ ହେଲେ 

କୋଳାହଳ, ଲାଞ୍ଛନା ର ଭୟ

ଅବୁଡ଼ି ବସେ ଦମ୍ଭ କୁ , ସେ ଥମି ଯାଏ ସେଠି ।

ଅନ୍ଧାର କଟି ଯାଏ ସତ, 

କିନ୍ତୁ ଅଲକ୍ଷିତ ଡର, ଛାଇ ପରି ଲାଉ ହୋଇ କାନ୍ଧରେ ପଡ଼ି ରହେ।


ତେଣୁ ପ୍ରେମ ପାଇଁ ରାତି ଟିଏ ଯଥେଷ୍ଟ,

ସେଇ ରାତି ଭିତରେ ଥାଏ,

ଦୁଇ ପ୍ରାଣର ଏକ୍ ହେବାର ସାଧନା 

ଖାଲି ଦେହଟି ଥାଏ ପୁଙ୍ଗୁଳା

ବାକି ସବୁ ରହି ଯାଏ ଆବରଣ ଭିତରେ।


ଦିବାଲୋକରେ ପୂର୍ବ ରାତି

ପାଲଟି ଯାଏ ନିଷିଦ୍ଧ,

ନଥାଏ ସେଥିରେ ପବିତ୍ରତା, ଆନ୍ତରିକତା,

ଖାଲି ସର୍ତ୍ତପୁର୍ଣ୍ଣ ସମ୍ପର୍କର ଛିଟ୍ଟା ଦାଗ ହୋଇ ଦିଶୁଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance