Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ଚନ୍ଦ୍ର ଗ୍ରହଣ

ଚନ୍ଦ୍ର ଗ୍ରହଣ

1 min
335


ପୂର୍ଣ୍ଣିମା ତିଥିରେ କେତୁ ଗ୍ରାସେ ଚନ୍ଦ୍ର

ହୁଅଇ ଚନ୍ଦର ଗ୍ରହଣ

ଏ ପୁରାଣ ଗାଥା ଜେଜେ ମା' କାହାଣୀ

ପରା କହେ ଆଜି ବିଜ୍ଞାନ ।


ଅନ୍ତରୀକ୍ଷ ବକ୍ଷେ ସୌର ପରିବାର

ତା' ଚଉପାଶରେ ବୁଲନ୍ତି

ଗ୍ରହ ଉପଗ୍ରହ ସୂରୁଯ କିରଣେ

ପରା ଆଲୋକିତ ହୁଅନ୍ତି ।


ଚନ୍ଦ୍ର ପୃଥିବୀର ଏକ ଉପଗ୍ରହ

ପରିକ୍ରମଣ ଅବିରତ

ସୂରୁଯ କିରଣ ଚନ୍ଦ୍ର ପୃଷ୍ଠେ ପଡ଼ି

ପୃଥିବୀକୁ ପ୍ରତିଫଳିତ ।


ସେଥିପାଇଁ ଆମେ ଚନ୍ଦ୍ରଟିକୁ ଦେଖୁ

ଶୀତଳ ସ୍ପର୍ଶ ଅନୁଭବ

ଘୂର୍ଣ୍ଣନ କ୍ରିୟାରୁ ଚନ୍ଦର ଗ୍ରହଣ

ଦୃଶ୍ୟମାନ ହୁଏ ଏ ଭବ ।


ଏକ ସମତଳ ସରଳରେଖାରେ

ଯେଣୁ ସୂର୍ଯ୍ୟ ଚନ୍ଦ୍ର ମଝିରେ

ପୃଥିବୀଟି ରହି କିରଣ ରୋଧଇ

ଚନ୍ଦ୍ର ରହେ ଅନ୍ଧକାରରେ ।


ଏଥିପାଇଁ ଛାୟା ଉପଛାୟା ସୃଷ୍ଟି

ସଂପୂର୍ଣ୍ଣ ଆଂଶିକ ଗ୍ରହଣ

କିଛି କାଳ ଯେଉଁ ଅଂଶ ପୃଥିବୀର

ଚନ୍ଦ୍ର ନକରନ୍ତି ଦର୍ଶନ ।


ଚନ୍ଦର ଗ୍ରହଣ ବୋଲି ପାଳିଥାନ୍ତି

ଯେତେ ଜନେ ସେହି ଅଂଶରେ

ନୀତିନିୟମରେ ଖାପଖୁଆଇ

ଚଳନ୍ତି ଜ୍ୟୋତିଷ ବିଚାରେ ।


Rate this content
Log in

Similar oriya poem from Inspirational