ପ୍ରକୃତ ବନ୍ଧୁ ସେ
ପ୍ରକୃତ ବନ୍ଧୁ ସେ


ବଞ୍ଚିବାକୁ ହେଲେ ଜୀବନ କାଳରେ
ଭଲ ବନ୍ଧୁଟିଏ ଦରକାର
ଭଲବନ୍ଧୁ ଟିଏ ନିଜ ପାଖରେ ଥିଲେ
ଦୁଃଖ ହେଇଥାଏ ଦୂର ।
ସୁଖ ଦୁଃଖ ଭଲ ମନ୍ଦ ବୁଝି ସର୍ବଦା
ଆଶଙ୍ଖା ନ ଥାଏ ତାଙ୍କର
ଦୁହେଁ ଦୁହିଁଙ୍କ ପରିପୁରକ ହେଇଣ
ସାର୍ଥକ ହୁଏ ମନର ।
ଏକରୁ ଅନେକ ସାଙ୍ଗ ସାଥି ବିନା
ତାଠୁ ବଢିଆ ଜଣେ ବନ୍ଧୁ
ପର ଆପଣା ଭେଦ ଯିଏ ନଯାଣେ
ସିଏ କି ପ୍ରକୃତ ବନ୍ଧୁ ।
ଲୋଭୀ ଅହଂକାରୀ ବହୁତ ମିଲିବେ
ସ୍ୱାର୍ଥପର ଦୁନିଆରେ
ନିଜର କର୍ତ୍ତବ୍ୟ ପୁରା ହେଇଗଲେ
ଛାଡି ତ ଚାଲି ଯିବେରେ ।
ଧନଥିବା ଯାଏ ମୋରି ଭାବିବେ
ସାଥିରେ ରହି ଥିବେ
ଖାଲି ହୋଇଗଲେ ପାଖୁ ଚାଲିଯିବେ
ଆଉ କେହି ନ ରହିବେ ।
ଜୀବନ ର ସାଥେ ରହିଥିବ ଜଣେ
ପ୍ରକୃତ ସଥୀ ହୋଇ
ହସଖୁସି ବେଳା ସ୍ନେହ ମମତାରେ
ସ୍ୱାମୀ ସ୍ତ୍ରୀ ଅଟେ ସେହି ।