ଯାଇଛି ହଜି
ଯାଇଛି ହଜି


ପାରୁନି ଖୋଜି ଯାଇଛି ହଜି
ପରିବାର ମଧ୍ୟେ ଭାବଡୋରୀ
ବ୍ୟସ୍ତତା ମଧ୍ୟରେ ସମସ୍ତେ ବ୍ୟସ୍ତ
ସମୟର ଅଭାବ ଭାରି l
ନିଃସଙ୍ଗତା ଏଠି ବାନ୍ଧବୀ ସାଜିଛି
କୋଳାହଳ ନାହିଁ ଘରେ
ମୁଁ ଆଉ ମୋର ଗ୍ରାସିଲାଣି
ସ୍ୱାର୍ଥର ରାଜୁତି ସବୁଠାରେ l
ଅଗଣା ରେ ବସି ଜେଜେ
ନିରତେ ଢାଳନ୍ତି ଲୁହ
ନାହିଁକେ ପାଖରେ ପଚାରି ବୁଝିବ
କିମ୍ପାଇ ଉଠଇ କୋହ l
ସରଳ ନିଷ୍ପାପ ବାଳୁତ ଜୀବନ
ବନ୍ଧା ପଡିଛି ମୋବାଇଲରେ
p>
ନାହିଁ ବୋହୂଚୋରି ଗାଁଦାଣ୍ଡ ଖେଳ
ମଜା ମଜଲିସ ପରବରେ l
ସେଲ୍ଫି ଉଠେଇ ଛାଡିଦେଲେ ଥରେ
କାମଟା ଆମର ସରେ
ପାସେଥାଏ ଯିଏ ତାକଥା ନଜାଣ
ରହିଥାଇ ମିଶି ଘରେ l
କେତେ ଦୂରେ ଥିବା ବନ୍ଧୁକୁ
କୁହନ୍ତି ତୁମକୁ ଝୁରେ
ମୋବାଇଲରେ ତୁମ ଫୋଟ ଦେଖୁଦେଖୁଁ
ଲାଇକ କମେଣ୍ଟ କରେ l
ବଇକୁଣ୍ଠ ସମ ପରିବାର ଏଠି
ସମୟକି ନେଲା ଚୋରାଇ
ପରସ୍ପର ସ୍ନେହ ଶ୍ରଦ୍ଧା ଯେଉଁଠି
ନିରନ୍ତର ବାସ କରଇ l