Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ଖୋଲା ବହି

ଖୋଲା ବହି

1 min
337



ବହି ସମ ଆଉ ଉତ୍ତମ ବନ୍ଧୁ କେ

ଅଛି କି ଏହି ଜଗତେ

ଖୋଲି ଧରିଦେଲେ ଦୂର ନିସଙ୍ଗତା 

ପ୍ରଶାନ୍ତି ଉପୁଜେ ଚିତ୍ତେ ।


ବହିଟିକୁ ଖୋଲି ପଠନରେ ଧ୍ୟାନ

ସିନା ଜ୍ଞାନ ଅରଜନ

ରଖିଥିଲେ ସଦା ମୁଦ ଦେଇ ତା'କୁ

ହୁଏନି କି ମୂଲ୍ୟହୀନ ?


ମଣିଷ ଜୀବନ ପରା ଖୋଲା ବହି

ନାନା ସୁଖଦୁଃଖ ନେଇ

ହୃଦୟ ପଠନ କରଇ ତାହାକୁ

ଯେତେ ଦିନ ଥାଏ ଜୀଇଁ ।


ମନର ଭାବକୁ ଭାଷାରେ ପ୍ରକାଶି

ଆନେ ବି ସୁଯୋଗ ଦେଇ

ପରସ୍ପର ମିଶି ପଢ଼ାପଢ଼ି କରି

ସମାଜେ ଥାଆନ୍ତି ରହି ।


ଜୀବନ ବହିରେ ସୁଗୁଣକୁ ଭରି

ଯେ ସମାଜେ ପ୍ରଦର୍ଶନ

ଦରପଣ ସମ ଆନ ହୃଦୟରେ

ରହିଥାଏ ଚିରଦିନ ।


ଉତ୍ତମ ବନ୍ଧୁର ପାଶେ ହିଁ କେବଳ

ଜଣେ ମନ ଖୋଲି ପାରେ

ଅପାତ୍ର କେବେ ବି ହସ ଫୁଟାଇବା

ଦେଖିଛ କାହା ମୁଖରେ ?


ଜୀବନ ବହିକୁ ଖୋଲି ତୃପ୍ତି ଲଭେ

ଈଶ୍ବର ପାଶେ ମଣିଷ

ପୃଷ୍ଠା ପରେ ପୃଷ୍ଠା ଓଲଟାଇ ପ୍ରଭୁ

ଢାଳି ଦିଅନ୍ତି ଆଶିଷ ।



Rate this content
Log in

Similar oriya poem from Inspirational