ପରିବାର
ପରିବାର


ଆପଣାର ଭାବ ସେଇଠି ରହିଛି
ଯେଉଁଠାରେ ପରିବାର
ସଫଳ ଜୀବନ ସୂତ୍ର ବି ସେଇଠି
ସ୍ନେହ ଶାନ୍ତି ମମତାର ।
ମାର ମମତା ସ୍ନେହ ଡୋରେ ବନ୍ଧା
ପିଲା ମାନଙ୍କର ଘର
ପିତାଙ୍କର ଗାଳି ଜୀବନକୁ ଗଢେ
ଜୀବନେ ଉନ୍ନତି ଦ୍ବାର ।
ଦାଦା ଦାଦୀଙ୍କର ଉପଦେଶ ମାନ
ଜୀବନରେ ଅଟେ ସାର
ଭାଇ ଭଉଣୀଙ୍କ ମମତା ବନ୍ଧନ
ଦୁଃଖକୁ କରଇ ଦୁର ।
ଗୃହଲକ୍ଷ୍ମୀ ପରା ଅଟନ୍ତି ମୋ ପତ୍ନୀ
ସଭିଙ୍କୁ କରି ନିଜର
ସେବା ଯତ୍ନ ନୀତିଶିକ୍ଷା କରି କନ୍ୟା
ଗଢଇ ସୁନା ସଂସାର ।
ସ୍ବର୍ଗରେ ଦେବତା ଝୁରୁଥାନ୍ତି ନୀତି
ଦେଖି ସୁଖର ସଂସାର
ପରିବାର ଯଦି ଭିନ୍ନ ହୋଇଯାଏ
ଭରିଯାଏ ହାହାକାର ।
ସାରା ପରିବାର ମିଳିମିଶି ଥିଲେ
ସ୍ବପ୍ନ ହୁଅଇ ସାକାର
ସୁଖ,ଶାନ୍ତି ନୀତି ବିରାଜେ ସେଇଠି
ଧନ୍ୟ ସେହି ପରିବାର ।