STORYMIRROR

Debabrata Mishra

Abstract Tragedy Classics

3  

Debabrata Mishra

Abstract Tragedy Classics

ହେ କାଳ

ହେ କାଳ

1 min
124


ହେ କାଳ

ଏ ମନର ମିଛ ଇନ୍ଦ୍ରଧନୁରେ

ଥରେ ସତସତିକା ରଙ୍ଗ ଭରିଦିଅ, 

ଏ କୃତ୍ରିମ ମସ୍ତିଷ୍କର ମେରୁଦଣ୍ଡରେ

ଥରେ ପ୍ରାକୃତିକ ଶକ୍ତି ଭରିଦିଅ, 


ହେ କାଳ

ଏ ଦାହ ଦେହର ଶିରାପ୍ରଶିରାରେ 

ପ୍ରବାହିତ ରକ୍ତେ ଟିକେ ସୁଅ ଦିଅ, 

ଏ ବିଷ ବୟସର ଶବ ବିଭୀଷିକାରେ

ଜୀବନର ଆଶା ଟିକେ ଦିଅ, 


ହେ କାଳ

ଏ ଆତ୍ମାର ବିଷମୟ ବନ୍ଦୀଶାଳାରୁ

ଫାଶିଖୁଣ୍ଟ ଯାଏ ଟାଣି ମୁକ୍ତି ଦିଅ

ଏ ହୃଦୟର ହ୍ରଦର ଗଣ୍ଡଜଳ ଗର୍ଭରୁ

ଉଦ୍ଧାର କରି ଏ ଶରୀର ଭସାଇ ଦିଅ, 


ହେ କାଳ

ଏ ଅଲାଜୁକ ଆଶା ଅଗଣା କୋଳରେ

ଟିକେ ଗରଜୁଥିବା ଗ୍ରୀଷ୍ମ ଖରା ଦିଅ, 

ଇଛାର ପ୍ରକାର ପତ୍ରକୁ ଜାଳିପୋଡ଼ି

ମଶାଣିର ଶୁଖିଲା ପତ୍ରରେ ସଜାଇ ଦିଅ। 


Rate this content
Log in

Similar oriya poem from Abstract