ତୁମେ ତ ପାରିଲନି ବୁଝି
ତୁମେ ତ ପାରିଲନି ବୁଝି


ତୁମ ଛବି ଦେଖି ଦେଖି
ଆଖି ଲୁହ ସାରିଛି.
ତୁମ ପାଇଁ ଲେଖି ଲେଖି
କଲମ ମୋର ହାରିଛି.... I
ହାୟ! ସେ ଦର୍ପଣ ହୁଏ ମ୍ରିୟମାଣ
ମୋ ଆଖିର ଲୁହ ଦେଖି.
ସତେ କି ଝରଣା ହୁଏ ବାଟବଣା
ଝରିଝରି ଯାଏ ଶୁଖି.... I
ଶବ୍ଦ ବିନା ମୋର କବିତା
ତୁମକୁ ସଦା ଲୋଡ଼ୁଛି
ତୁମ କେଇ ପଦ କଥା
ମୋର ହୃଦୟେ ବୋଳିଛି.... I
ତୁମକୁ ଆଖି ଆଗେ ଦେଖି
ଲେଖୁଥିଲେ କିଛି କିଛି
ଭୋକଶୋଷ ଅବା ଅବଶୋଷ
ହୃଦୟେ ମୁଁ ଭୁଲି ପାରୁଛି....I
ବିଶ୍ଵାସରୁ ବରଷିବା ପ୍ରେମ ବରଷା
ନିଃଶ୍ୱାସକୁ ଓଦା କରିବ
ଏ ଋତୁ ପ୍ରତାରଣାର ଲୋକହସା
ଲୁହ ସାଗରେ ଢେଉ ଖେଳିବ.... I
ଏରୁଣ୍ଡି ସେପଟେ ଶ୍ରାବଣ ଆସିଛି
ଭିଜିବାକୁ ତୁମେ ନୁହଁ ତ ରାଜି
ନିଗୋଡ଼ି ସପନ ଧସେଇ ପଶୁଛି
ମୋର ସପନକୁ ଦେଲ ଭାଜି.... I
ମନର ମଇନା ଖୋଜୁଥାଏ ସଦା
ଖେଳାଇଦିଅ ସେ ଘନ କୁନ୍ତଳେ
ଆଖି ଚାହେଁ ଆଦର ସମ୍ଭାଷଣେ
ଆଲିଙ୍ଗନ ଆଉ ପ୍ରୀତି ଚୁମ୍ଵନେ.... I
ଅଭିସାର ରଚି ତନ୍ୱି ରୂପ ଶିଖାରେ
ଉରଜ ସରୋଜେ ଅର୍ପଣେ ତୁମ
ସମାଧିସ୍ଥ ଲଭୁ ବାସନା ବାସର
ଅମର ହେଉ ଏଇ ପ୍ରେମ........ I