STORYMIRROR

Shantanu Bhoi

Abstract

2  

Shantanu Bhoi

Abstract

ପହିଲି ବରଷା

ପହିଲି ବରଷା

1 min
466

ପହିଲି ବରଷା ର ଭିଜା ଭିଜା ସେଇ ସ୍ମୃତି

ଭିଜା ଭିଜା ସେ ସକାଳ

ଆଉ ଭିଜା ଭିଜା ସେଇ ରାତି।


ଭିଜା ଭିଜା ସେଇ ସକାଳ ସୁରୁଜ

ଭିଜେଇ ଦେଇ ତୁମ ଅଗଣା ମୁରୁଜ

ଭିଜେଇ ପାରେନି ଜୀବନ ରଙ୍ଗ କୁ

ମନେ ପଡୁ ଅଛି ତୁମ ସ୍ମୃତି ଆଜ।


ଭିଜା ଭିଜା ସେଇ ରାତି ର ସେ ଚାନ୍ଦ

ଭିଜେଇ ଦେଇ ସେ ସପନ ର ଛାନ୍ଦ

କିନ୍ତୁ ଭିଜେଇ ପାରେନି ମନ

ତୁମ ବିନା ପ୍ରିୟା ବିକଳ ହୁଏ ଏ ମନ।


ଜୀବନ ରଙ୍ଗ ତ କବେ ଭିଜେ ନାହିଁ

ରହିଯାଏ ସେଇ ସ୍ମୃତି

ତୁମେ କୁହ ପ୍ରିୟା ତୁମ ବିନା ମୋର

ଜୀବନ କି ଯିବ ବିତି।

✍️ଶାନ୍ତନୁ ଭୋଇ

୦୩/୦୯/୧୯


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract