ଅନ୍ନଦାତା
ଅନ୍ନଦାତା
ଧରି ସେ ହଳ କୋଦାଳ ଧରି
ଠିଆ ସେ ଧରା ଆଗେ
ସଂସାର ମୁଖରେ ଦେବା ପାଇଁ ଅନ୍ନ
ଦିନ ରାତି ସେ ତ ଜଗେ।
ତାରି ପରିଶ୍ରମ ଖେଳାଇ ସୁବର୍ଣ୍ଣ
ଖେଳାଏ ହସର ଲହରୀ
ତାହାରି ଦୁଃଖରେ କେହି ଦୁଃଖୀ ହୁଏ ନାହିଁ
ତାର ବାହୁରେ ନାଚେ ସଂସାର ମୟୂରୀ।
ତଥାପି ତ ଭାଗ୍ୟେ ଯୁଟେ ନାହିଁ ସୁଖ
ତଥାପି ନାହିଁ ତା ଦୁଃଖ
ଵୋଲାଏ ସେ ତ ମାଟିର ମଣିଷ
କାଦୁଅରେ ଭିଜେ ତା ମୁଖ।
ନିଜେ ଭୋକେ ରହେ ସଂସାରକୁ ଦିଏ
ସେଇ ତ ତା ମହନୀୟତା
ସେଥିପାଇଁ ତାକୁ ସଂସାର ବୋଲଇ
ଧନ୍ୟ ତୁମେ ଅନ୍ନଦାତା।