STORYMIRROR

Shantanu Bhoi

Tragedy Inspirational

3  

Shantanu Bhoi

Tragedy Inspirational

କହିଲେ କହିବ କହୁଛି

କହିଲେ କହିବ କହୁଛି

1 min
542

କଅଣ କହିବି ଏ ଦେଶର ଗାଥା

ଶୁଣି ହଉଛି ନ କହି ହଉଛି

କହିଲେ କହିବ କହୁଛି।

ମୁଠାଏ ଲୋକଙ୍କ ହାତେ ଅର୍ଥନୀତି

କୁବେର ସମ୍ପତ୍ତି ବଢୁଛି

ଗରିବ ଯାଉଛି ଫକୀର ହୋଇ

ସେଥିରେ ପୁଣି କହିବେ ଗୁଣିଆ

ଆମ ଅର୍ଥନୀତି ମୁଣ୍ଡ ଟେକିଛି

କହିଲେ କହିବ କହୁଛି।

ରାଜନୀତି କଥା କହିବି କଅଣ

ରାମ ନାମ ନୀତି ଚାଲିଛି

ବିରୋଧୀ ଛକୁଛି ସରକାର କୁ ଆଜି

ସରକାର ମୁଁ କି ପଛେ ରହିବି କହୁଛି

ଦେଶେ ଛକାପଞ୍ଝା ଚାଲିଛି

ଏମାନେ ଆଉ କି କରିବେ ଉନ୍ନତି

ଜନ ହରି ନାମ ଗାଉଛି

କହିଲେ କହିବ କହୁଛି।

କିରାଣୀ ଠୁ ଯାଇ ଅମଲା ପର୍ଯ୍ୟନ୍ତ

ଲାଂଚ ଦିଆ ନିଆ ଚାଲିଛି

ଟଙ୍କା ଦେଇଦେଇ ପକେଟ ଫାଟିଲାଣି

ହେଇ ଦେଖ ଆଉ କେତେ ଦେବି କହୁଛି

କହିଲେ କହିବ କହୁଛି।

ପିଅନ ଚାକିରୀ ପାଇଁ ଏଇ ଅଫିସର

ମୋଟା ଟଙ୍କା ଆଜି ନଉଛି

ରାଜନେତା ଘର ଯିବ ଯଦି କେବେ

ଦରୱାନ୍ ବାବୁ ୨୦୦ ଦିଅ ହେ କହୁଛି

କହିଲେ କହିବ କହୁଛି।

ଶିକ୍ଷା ନୀତି କଥା କହିବି ବା କଅଣ

ଖାଲି ମଧ୍ୟାହ୍ନ ଭୋଜନେ ସରକାରୀ ଅଣ୍ଡା ଚାଲିଛି

ପିଲାଙ୍କୁ ନ ମିଳିଲେ ଅଣ୍ଡା

ବାପ ଆସି ମିଡ଼ିଆ ରେ କହୁଛି

ଏହିପରି ଆମ ଦେଶ ଶିକ୍ଷା ନୀତି ଆଇସିୟୁ ରେ ଆଜି ଚାଲିଛି

କହିଲେ କହିବ କହୁଛି।

କୁବେର ସମ୍ପତ୍ତି ବଢ଼ି ଚାଲିଛି ସେ

ଅନ୍ନଦାତା ଭୋକେ ମରୁଛି

ଗରିବ ଗୁରୁବା କଥା କହିବି କେମିତି

ଟଙ୍କା କପାଳେ ମରୁଡି ପଡ଼ିଛି

କହିଲେ କହିବ କହୁଛି।



Rate this content
Log in

Similar oriya poem from Tragedy