STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

କିଏ କୁହେ ମୋତେ

କିଏ କୁହେ ମୋତେ

1 min
193


   କିଏ କୁହେ ମୋତେ ପଳାୟନ ପନ୍ଥୀ

   କିଏ କୁହେ ମୋତେ ପଳାତକ

   ଦେଶ ମାତୃକାର ସେବା କରେ ବୋଲି

   କିଏ କୁହେ ମୋତେ ଦେଶ ଦ୍ରୋହୀ ପୁଣି

   କେ କୁହେ ଦେଶ ସେବକ

    କିଏ କୁହେ ମୋତେ ପଳାୟନ ପନ୍ଥୀ

    କିଏ କୁହେ ମୋତେ ପଳାତକ ।


   ଶାନ୍ତି ମୈତ୍ରୀ ଏକତା ରେ

   ବିଶ୍ଵାସ କରେ ବୋଲି

   ମୁଁ କୁଆଡ଼େ ରଚଇ ସମାଜେ ଆତଙ୍କ

    ଦେଶ ଭକ୍ତି ଦେଶ ମୁକ୍ତିର କଥା କୁହେ

    କିଏ କୁହେ ମୋତେ ଉଗ୍ରବାଦୀ

    କିଏ କୁହେ ମୋତେ ନକ୍ସଲ ବାଦୀ

   ମୁଁ ଭ୍ରଷ୍ଟାଚାରୀଙ୍କ ପାଇଁ ଖଳନାୟକ

   ସେ ପାଇଁ

   କିଏ କୁହେ ମୋତେ ପଳାୟନ ପନ୍ଥୀ

   କିଏ କୁହେ ମୋତେ ପଳାତକ ।


  ସାଲିସ୍ ବିହୀନ ମାଲିସ୍ ବିହୀନ

   କଥା କୁହେ ବୋଲି

 ଘୃଣା ଚକ୍ଷୁରେ ଦେଖନ୍ତି ଶାସକ ଶୋଷକ

  ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧେ 

   ସ୍ଵର ଉତ୍ତୋଳନ କରେ ବୋଲି

   ସଭିଏଁ ବୋଲନ୍ତି ଗଣତନ୍ତ୍ର ର ଧ୍ଵଂସ କାରକ

  ନ୍ୟାୟ ପଥର ପଥିକ ବୋଲି

   ଅନ୍ୟାୟୀଙ୍କ ପାଇଁ ସାଜେ ଘାତକ

   ସେ ପାଇଁ

   କିଏ କୁହେ ମୋତେ ପଳାୟନ ପନ୍ଥୀ

   କେ କୁହେ ମୋତେ ପଳାତକ ।


   ମିଛ ଅଭିନୟ କରି ପାରେ ନାହିଁ ବୋଲି

   କୂଟ କପଟୀଙ୍କ ପାଇଁ

   ମୁଁ କାଳେ ଅଟେ ବିଧ୍ଵଂସକ

   ଦିନରେ ବସନ୍ତ ରାତିରେ ବାସନ୍ତୀ

   ସାଜି ପାରେନି ବୋଲି ମୁଁ

   ସମାଜର ଅଟେ କଣ୍ଟକ

  ସେ ପାଇଁ

   କିଏ କୁହେ ମୋତେ ପଳାୟନ ପନ୍ଥୀ

    କିଏ କୁହେ ମୋତେ ପଳାତକ ।


   ସମାନତା ର କଥା କୁହେ ବୋଲି

    ସାମନ୍ତବାଦୀ ଙ୍କ ପାଇଁ ଅଟେ ଭୟାନକ

   ଅନ୍ଧକାର ଅନ୍ଧବିଶ୍ୱାସ ବିରୁଦ୍ଧେ କୁହେ ବୋଲି

  ସମାଜର ବଡ଼ପଣ୍ଡା ଙ୍କ ପାଇଁ ସାଜେ ମହା ଘାତକ

   ସାମ୍ୟବାଦ ର ପତାକା କୁ ସଲାମ୍ କରେ ବୋଲି

   ପୁଞ୍ଜିବାଦୀ ପୁଞ୍ଜିପତି ଙ୍କ ପାଇଁ ମୁଁ ଅଟେ ପ୍ରାଣ ଘାତକ

   ସେ ପାଇଁ

    କିଏ କୁହେ ମୋତେ ପଳାୟନ ପନ୍ଥୀ

    କିଏ କୁହେ ମୋତେ ପଳାତକ ।


  ସମତା ମମତା ର ଅଟେ ମୁଁ ରକ୍ଷକ

   ସାମ୍ୟତାରେ ବିଶ୍ଵାସ ମୋର

   ମୁଁ ଅଟେ ଏ ଦେଶ ସେବକ

   ସେବିବାର ଇଛା ରଖି ମନେ ହୃଦେ

   ଚାହେଁ ହେବାକୁ ଦେଶ ମାତୃକାର ସେବକ

   ସେ ପାଇଁ

    କିଏ କହୁ ମୋତେ ପଳାୟନ ପନ୍ଥୀ

    କେ କହୁ ମୋତେ ପଳାତକ ।


 


      


    


 

    

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract