STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ସ୍ୱାର୍ଥପର ଦୁନିଆ

ସ୍ୱାର୍ଥପର ଦୁନିଆ

1 min
211


ଜ୍ଞାନର ବୁଦ୍ଧିର ସମ୍ମାନ ନାହିଁରେ 

ସମ୍ମାନ ଅଟେ ଟଙ୍କାର 

ହେଉ ଦୁରାଚାରୀ ହେଉ ଭ୍ରଷ୍ଟାଚାରୀ

ସମ୍ମାନ ହୁଏ ତାହାର।


ପାପ କର୍ମ କରି ଧନ ଅର୍ଜୁଥାଏ 

ନପଡେ କାର ନଜର 

ଦେଉ ଥାଏ ଶିକ୍ଷା ନିର୍ଭୟ ହୋଇଣ

ମନୁଷ୍ୟ କର୍ମ ଯାତ୍ରାର।


ମଧୁର ବଚନ କହୁଥାଏ ଜନେ 

ନିଜର ଲାଭର ପାଇଁ 

ଠକାଠକି କାର୍ଯ୍ୟ ଜୀବିକା ତାହାର

ଧନ ଅର୍ଜିବାର ପାଇଁ।


କରି ଭ୍ରଷ୍ଟାଚାର ଧନ ଅର୍ଜୁଥାଏ 

ପାପ କର୍ମ ତାର ଧର୍ମ 

ପାପକର୍ମେ ନିତ୍ୟେ ଜଡ଼ିତ ରୁହେଟି

ନାହିଁ ସତ୍ୟ ତ୍ୟାଗ କର୍ମ।


ମିଥ୍ୟା କହୁଥାଏ ହତ୍ୟା କରୁଥାଏ 

ନାହିଁ ପାପ ପୂଣ୍ୟ ଜ୍ଞାନ 

ତଥାପି ଜନତା ଚଳନ୍ତି କଥାରେ

ମନୁଷ୍ୟ ଅଟେ ଅଜ୍ଞାନ।


ନାହିଁ ପ୍ରଭୁ ଭକ୍ତି ଜୀବନ ଜାତକେ 

ହୁଏ କଳିଯୁଗେ ଜ୍ଞାନୀ 

ଟଙ୍କା ଅଛି ତାର ସମ୍ପତ୍ତି ରହିଛି

ହୋଇଛି ସମାଜେ ଜ୍ଞାନୀ।


ଶ୍ରବଣ କରନ୍ତି ବଚନ ତାହାର 

ଡ଼ର ରହିଅଛି ହୃଦେ 

କେଉଁ କାଳେ କାର ଅନିଷ୍ଟ କରିବ

ଚିନ୍ତା ରହିଥାଏ ହୃଦେ।


ଠିଆ ହୁଅ ଭାଇ ତାର ବିରୁଦ୍ଧରେ 

କର ବହିଷ୍କୃତ ତାର 

ନୂଆ ଭାରତର ସନ୍ତାନ ତୁମେରେ

କାହିଁ ପାଇଁ ଏତେ ଡ଼ର।


କାଳ ଅମୃତର ଉଦୟ ଦେଶରେ 

ଜ୍ଞାନୀ ଓ ଶିକ୍ଷିତ ତୁମେ 

ଅନ୍ୟାୟ ବିରୁଦ୍ଧେ ଠିଆ ହୁଅ ଭାଇ

ଆତ୍ମନିର୍ଭରଟି ତୁମେ।


ଧନ ଓ ସମ୍ପତ୍ତି ମୂଲ୍ୟ ନାହିଁ କିଛି 

ଆଦାୟ ହେବ ତାହାର 

ଅନ୍ୟାୟ କର୍ମରେ ଅର୍ଜିଛି ସମ୍ପତ୍ତି

ଯିବ ରାଜ ଦରବାର।


କାରା ଦଣ୍ଡ ହେବ ଯନ୍ତ୍ରଣା ପାଇବ 

କରିବେଟି ଛି ଛି ଜନେ 

ପାପ କର୍ମ କରି ଦଣ୍ଡ ସେ ପାଇବ

ରାଷ୍ଟ୍ରେ ହେବ ହୀନିମାନ।


ଧର୍ମ ପଥେ ରହି ରାଷ୍ଟ୍ର କାର୍ଯ୍ୟ କର 

କର ଜଗନ୍ନାଥେ ଭକ୍ତି 

କର ଜନସେବା କର୍ତ୍ତବ୍ୟ ପଥରେ

ଆଣ କର୍ତ୍ତବ୍ୟର ଶକ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy