Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational Others

3  

Bharatabandhu Biswal

Tragedy Inspirational Others

ରାତି ଓ ଋତୁ

ରାତି ଓ ଋତୁ

1 min
183



ରାତି ଆଉ ଋତୁ ସବୁ

ଏକାପରି ଅମାନିଆ

ଭାରି ଦୁଷ୍ଟ ବଡ଼ ସିଆଣିଆ,

ଅଜଗର ପ୍ରାୟ ଭିଡି

ମିଠା ମିଠା କଥା କହି

ଦେବେ ନାହିଁ ମୋଟେ ଧରା ଛୁଆଁ ।


ପାହିଯାଏ ପଛେ ରାତି

ଖୋଲେ ନାହିଁ ନିଦ ଆଖି

ପାଣିଚିଆ ହୋଇଯାଏ ସ୍ୱପ୍ନ,

ଦିନ ଯାଏ ଗଡି ଗଡି

ଋତୁ ଆସେ ମରି ମରି

ଆସେ ଚିହ୍ନ ପୁଣି ନିର୍ବାଚନ ।


ରହିଯାଏ କାଗଜରେ

ସଙ୍କଳ୍ପ ଘୋଷଣାପତ୍ରେ

ଝାମ୍ପିନିଏ ସୁଖ ତୀର୍ଥକାକ,

ମନରେ ଅନେକ ପ୍ରଶ୍ନ

ତାରାଗଣେ ସାଧାରଣ

ଦିନରେ ଜଳକା ହତବାକ ।


ଗଣ୍ଡେ ଖାଇ ଦଣ୍ଡେ ଜୀଇ

ଆକାଶକୁ ରହେ ଚାହିଁ

ବନ୍ୟା ବାତ୍ୟା ସହେ ଦୁର୍ବିପାକ,

ରାତି ଋତୁ ଏକ କରି

ଛାତିକୁ ପଥର କରି

ଘୂଞ୍ଚେ ନାହିଁ ଗରିବଙ୍କ ଦୁଃଖ ।

   



Rate this content
Log in

Similar oriya poem from Tragedy