ପଦଟିଏ ତୋ ନାଁରେ ପ୍ରିୟା -୧୭
ପଦଟିଏ ତୋ ନାଁରେ ପ୍ରିୟା -୧୭
ଏଇମିତି ହୋଇଥିଲା ଦିନେ
ହୃଦୟର ନିଭୃତ କୋଣରେ
ଜାଗିଉଠିଥିଲା ପ୍ରେମୋଚ୍ଛ୍ଵାସ
ତୁମର ସେ ଚକ୍ର ଚାହାଣୀରେ ।
ପ୍ରଥମ ଦେଖାରେ ମୋର
ଚକ୍ଷୁ ବାନ୍ଧିନେଲ
ନିରୋଳା ମନରେ ମୋର
ସ୍ଵପ୍ନ ଭରିଦେଲ ।
ଏମିତି ତ ଏକା ଏକା
ରାତି ମୋର ଯାଉଥିଲା ବିତି
ଏବେ କିନ୍ତୁ ରାତି ସାରା ପୂର୍ଣ୍ଣ
ସ୍ଵପ୍ନ ଆଉ ତାତି ।
ଦିନ ସାରା ବିତିଯାଏ
କଳ୍ପନାରେ କଳ୍ପନାରେ
କି ଯାଦୁ କରିଲ ତୁମେ
ସୁନ୍ଦରୀ ଗୋ ପ୍ରଥମ ଦେଖାରେ ।