STORYMIRROR

Rasmita Dixit

Abstract Romance

4  

Rasmita Dixit

Abstract Romance

ସେ କହିଥିଲା

ସେ କହିଥିଲା

1 min
66


ତୁମ କଥା ବୁଝାଇବାକୁ


ଏତେ ଚେଷ୍ଟା କାହିଁକି କର ??


ହଁ , କିଛି କଥା କହିବା ଜରୁରୀ


ହେଲେ ଶବ୍ଦ ସବୁ ମୁଖର ହେବାଠୁ


ତୁମ ନୀରବତା ଆହୁରି ସୁନ୍ଦର


ସବୁ କଥା ବିନା କଥାରେ ବୁଝାଇ ଦେଲା


ଦିନେ ସେ କହିଥିଲା ।

ସଜ ହେବା ଗୋଟେ କଳା


ଯେତେବେଳେ ତୁମେ ଆସ ପରିପାଟୀ ରେ


ଫେରାଇ ହୁଏନି ଆଖି


ହେଲେ କଥାଟିଏ ଜାଣିଛ !!!!!


ଟିକେ କମ ଏମ୍ବ୍ରଡୋରୀ କରା


ତୁମ ଗୋଲାପୀ ଶାଢ଼ୀରେ


ସାଧାସିଧା ଚେହେରାରେ


ମୋ ଆଖି ଲାଖିଗଲା


ଏକଥା ଦିନେ ସେ କହିଥିଲା


ସେତିକି ଶୁଣିଲା ପରେ ଚାରିପାଖେ ମୋର


ଗୋଲାପୀ ଦିଶିଲା


କେଜାଣି କେତେ ଗୋଲାପ ଫୁଟିଲା


ଯେଉଁଦିନ ଏକଥା ସିଏ କହିଥିଲା ।


ହାଲ୍କା ଲିପଷ୍ଟିକ ତୁମର ପସନ୍ଦ ଏକଥା ମୁଁ ଜାଣେ


ସିଏ କହିଥିଲା


ହେଲେ ଏକଥା ଜାଣିନ 


ତୁମ ମୃଦୁ ହସ ଖୁଵ ମାରାତ୍ମକ 


ଓଠ ପାଇଁ ରଙ୍ଗ ଆଉ କ'ଣ ଦରକାର !!!!


ଛୋଟିଆ ହସ ଧାରେ


ବିନା ରଙ୍ଗରେ ଓଠକୁ ମୋହର


ସେଦିନ ରଙ୍ଗୀନ କରିଦେଲା


ଯେଉଁଦିନ ଏକଥା ସେ


ପ୍ରଥମେ କହିଥିଲା


ହଁ , ସେ କହିଥିଲା ।


ସିଏ କହିଥିଲା


ମୁଁ ଖାସ ସୁନ୍ଦରୀ ନୁହେଁ


ଏମିତିକି ବିଶେଷ ବି ନୁହେଁ


ଏକଥା ସେ କହିଥିଲା


ମୁଁ ଖୁଵ୍ ରାଗିଥିଲି ,


କିନ୍ତୁ , ଏକଥା ବି ସିଏ କହିଥିଲା 


ତୁମ ଓଠ ପାଖର


ସେଇ ତିଳଚିହ୍ନ


ତୁମ ସୁନ୍ଦରତାକୁ


ଖୁଵ ବଢ଼େଇ ଦେଲା


ହାଏ , ମତେ ମାରିଦେଲା 


ଏକଥା ଦିନେ ସେ କହିଥିଲା


ବିଶ୍ଵାସ କରନ୍ତୁ ଖୁଵ ଲମ୍ବା ଦୀର୍ଘଶ୍ଵାସ ସହ


ଦିନେ ସେ କହିଥିଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract