STORYMIRROR

Rasmita Dixit

Abstract Romance

3  

Rasmita Dixit

Abstract Romance

ନାୟିକା

ନାୟିକା

1 min
123


ଚିତ୍ରଶିଳ୍ପୀର ଚିତ୍ରଶାଳାରେ ଚିତ୍ରନାୟିକା ମୁଁ ଚିତ୍ରଲେଖା 

କବିର ପ୍ରେୟସୀ ମନର ମାନସୀ ମୋ ପାଇଁ କାହାଣୀ ଲେଖା

ଅଭିନୟ ଚିର ଭାଗ୍ୟରେଖା ମୋର ଆଶୀର୍ବାଦ , ଅଭିଶାପ 

ବୁଝିବା ପାଇଁକି ଅବକାଶ ନାହିଁ କରୁଛି ପୁଣ୍ୟ କି ପାପ ?


ଦୁନିଆ ଦେଖିଛି ଆଲୋକିତ ମୋର ହୃଦଚିରା ମିଠା ହସ 

ମୁଁ ଜାଣିଛି କେତେ ଅନ୍ଧକାର ଅଛି ପିଉଛି କେତେ ମୁଁ ବିଷ 

ପଚାରି ପାରିନି କାହିଁକି ରଖିଲା ଅର୍ଦ୍ଧାଲୋକ ଅନ୍ଧକାରେ 

ପାଷାଣୀ ମୁଁ ନୁହେଁ କଳ୍ପନା ତାହାର ଜୀବନ୍ତ ମୁଁ ଚେତନା ରେ ।


ପୁତ୍ତଳିକା ସମ ବଞ୍ଚିବାକୁ ହୁଏ ଇଙ୍ଗିତରେ ଆଉ କା'ର 

ହସ କାନ୍ଦ ସବୁ ବିକ୍ରି ସରିଛି ମୋ ଉପରେ ତା ଅଧିକାର 

ଆଲୋକେ ରଖିଲା ସୌନ୍ଦର୍ଯ୍ୟ ମୋହର ବିହ୍ଵଳ ସେ ଚିତ୍ରକର

ଅନ୍ଧକାର ଆଙ୍କି କଳଙ୍କ ଲେପିଲା ଇଏ କେଉଁ ପ୍ରେମ ତାର ?


ଚିତ୍ରପଟର ବନ୍ଧନ ଭିତରେ ମୁଁ ବନ୍ଦିନୀ ଚିତ୍ରଲେଖା

ମୁକ୍ତି ମାଗୁଛି ତୁମ କାହାଣୀରୁ ରହୁ ପଛେ ଅଧାଲେଖା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract